ସଡ଼କ ଦୁର୍ଘଟଣାରେ ୨ ଗୁରୁତର

ଟିଟିଲାଗଡ଼: ବୁଧବାର ଟିଟିଲାଗଡ଼ ବେଲଗାଁ ଜାତୀୟ ରାଜପଥ ୫୯ର ଝାରଦେବନ୍ଧ ଶିବ ମନ୍ଦିର ନିକଟରେ ଏକ ସଡ଼କ ଦୁର୍ଘଟଣା ହୋଇଯାଇଛି। ଏଥିରେ ଲଇତରା ଗାଁର ପୃଥୀରାଜ ମହାନନ୍ଦ (୩୪) ଓ ତ୍ରିନାଥ ମହାନନ୍ଦ (୫୦) ଗୁରୁତର ଆହତ ହୋଇଛି। ସେମାନଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୃଥୀରାଜ ଓ ତ୍ରିନାଥ ଏକ ବାଇକରେ ବାଞ୍ଜିପଦରରୁ ଫେରୁଥିବା ବେଳେ ଝାରଦେବନ୍ଧ ନିକଟରେ ଥିବା ଶିବମନ୍ଦିର ଆଗରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଖୁଣ୍ଟରେ ପିଟି ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର