ଲଗାଣ ବର୍ଷାର ପ୍ରଭାବ: କଲେଜ ଛାତ ଭୁଶୁଡ଼ି ୨ ଆହତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍‌ ଅଞ୍ଚଳରେ ଝଡ଼ ଓ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଗୁରୁବାର ସକାଳ ୯ଟାରେ ଜମନକିରା ଡିଗ୍ରି କଲେଜ କୋଠାର ବାରଣ୍ଡା ମରାମତି କାମ ଚାଲିଥିବା ବେଳେ ଛାତ ଭୁଶୁଡ଼ି ପଡ଼ିବାରୁ ୨ ଜଣ ମିସ୍ତ୍ରି ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରଯାଇଛି। ଆହତ ଦ୍ବୟ ହେଲେ ଆଜଫାରୁକ ଶେଖ୍ (୩୭) ଓ ମନିରୁଲ୍ ଶେଖ୍ (୪୦) । ସୂଚନା ଅନୁସାରେ , ଆଜକୁ ୩୦ ବର୍ଷ ତଳେ ନିର୍ମିତ ଉକ୍ତ କୋଠାର ମରାମତି କାମ ଚାଲିଥିଲା। ଏଥିରେ ୬ ଜଣଙ୍କ ମଧ୍ୟରୁ ୪ ଜଣ ଘର ବାହାର କାମରେ ନିୟୋଜିତ ଥିବାବେଳେ ଦୁଇଜଣ ମିସ୍ତ୍ରି ମରାମତି କାମ କରୁଥିଲେ। ତିନିଦିନ ଧରି ଲଗାଣ ବର୍ଷାରେ କୋଠାର ବାରଣ୍ଡା ଖମ୍ବ ଗୁଡ଼ିକ ଦୁର୍ବଳ ହୋଇଯିବାରୁ ଭୁଶୁଡ଼ି ପଡ଼ିଥିବା କହାଯାଉଛି।

ସମ୍ବନ୍ଧିତ ଖବର