କେନ୍ଦ୍ରରେ ଏଡିଜି ପାହ୍ୟାର ମାନ୍ୟତା ପାଇଲେ ଦୁଇ ଆଇପିଏସ୍‌

ଭୁବନେଶ୍ବର : କେନ୍ଦ୍ରରେ ଏଡିଜି ପାହ୍ୟାର ମାନ୍ୟତା ପାଇଛନ୍ତି ଦୁଇ ଓଡ଼ିଶା କ୍ୟାଡର୍‌ ଆଇପିଏସ୍‌। ସେମାନେ ହେଲେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଓ ଯୋଗେଶ ବାହାଦୂର୍‌ ‌ଖୁରାନିଆ। ଭବିଷ୍ୟତରେ ସେମାନେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଗଲେ ଏଡିଜି ପାହ୍ୟାରେ ହିଁ ଯିବେ। ଏନେଇ ଆଜି ଗୃହ ମନ୍ତ୍ରାଳୟର ଆପଏଣ୍ଟମେଣ୍ଟ କମିଟି ଉଭୟ ଅଧିକାରୀଙ୍କୁ ମାନ୍ୟତା ପ୍ରଦାନ କରିବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟ ୧୯୯୦ ବ୍ୟାଚ୍‌ର ଆଇପିଏସ୍‌। ଏହି ଦୁଇ ଓଡ଼ିଆ କ୍ୟାଡର୍‌ ଆଇପିଏସ୍‌ ଅଫିସରଙ୍କ ସମେତ ବିଭିନ୍ନ ରାଜ୍ୟରୁ ମୋଟ ୧୩ ଜଣ ଆଇପିଏସ୍‌ ଅଫିସର ଏଡିଜି ମାନ୍ୟତା ପାଇଛନ୍ତି।

ସମ୍ବନ୍ଧିତ ଖବର