ଆଇଇଡି ବିସ୍ଫୋରଣରେ ୨ ଯବାନ ଆହତ

ମାଲକାନଗିରି: ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିସାଂ ଦେଖିବାକୁ ମିଳିଛି। ସିଆରପିଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆଇଇଡି ବିସ୍ଫୋରଣରେ ୨ ଜଣ ଯବାନ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲାର ଗଙ୍ଗାଲୁର ଥାନା ଅନ୍ତର୍ଗତ ପୁସନାର ଓ ଗଙ୍ଗାଲୁର ମଧ୍ୟରେ ସିଆରପିଏଫ୍‌ ପକ୍ଷରୁ ମାଓ ସର୍ଚ୍ଚ ଅପରେସନ କରାଯାଉଥିଲା।

ସେଠାରେ ମାଓବାଦୀ ମାନ‌େ ବିଛାଇଥିବା ଆଇଇଡି ବୋମା ବିସ୍ଫୋରଣ ହୋଇଥିଲା। ଫଳରେ ୨ ଜଣ ଯବାନ ଗୁରତର ଆହତ ହୋଇଥିଳଲେ। ସେମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ ଉତ୍ତମ ଚିକିତ୍ସା ପାଇଁ ରାୟପୁର ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର