କଟକ-ଜଗତପୁର: ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ମହାଜନପୁର ପଞ୍ଚାୟତରେ ବଡ଼ଧରଣର ଅଘଟଣ ଘଟିଛି। ଘର ଭିତରେ ବାଣ ବିସ୍ଫୋରଣ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମା’ ଓ ଝିଅ। ଜଣେ ଗୁରୁତର ଅବସ୍ଥାରେ କଟକ ବଡମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବାଣ ବିସ୍ଫୋରଣରେ ଘରର ଛାତ ଉଡିଯାଇଛି। ଦୋଳଯାତ୍ରା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ବିପୁଳ ପରିମାଣର ବାଣ ମହଜୁଦ ଥିବା ବେଳେ ଏଭଳି ଅଘଟଣ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ଘରେ ନିଆଁ ଲାଗି ପରେ ବାଣ ବିସ୍ଫୋରଣ ଘଟିଥିବା ଆଶଙ୍କା କରାଯାଉଛି।
ସୂଚନା ମୁତାବକ, ଜଗତପୁର ଥାନା ମହାଜନପୁର ପଞ୍ଚାୟତ ନାୟକ ସାହିର ଗୋବିନ୍ଦ ନାୟକ ଓରଫ ଠୁରିଆଙ୍କ ଘରେ ଦୋଳଯାତ୍ରା ପାଇଁ ପ୍ରତିବର୍ଷ ବାଣ ପ୍ରସ୍ତୁତ ହୋଇଥାଏ। ବିପୁଳ ପରିମାଣର ବାଣ ତାଙ୍କ ଘରେ ମହଜୁଦ୍ ରହିଥିବା ବେଳେ ଆହୁରି ମଧ୍ୟ ବାଣ ପ୍ରସ୍ତୁତ କରାଯାଉଥିଲା। ଆଜି ସନ୍ଧ୍ୟା ୭ଟା ସମୟରେ ଗୋବିନ୍ଦ ସ୍ଥାନୀୟ ବଜାରକୁ ଆସିଥିବା ବେଳେ ତାଙ୍କ ଘରେ ପ୍ରଚଣ୍ଡ ଶଦ୍ଦ କରି ବାଣ ବିସ୍ଫୋରଣ ଘଟିଥିଲା। ଏହାର ପ୍ରଭାବରେ ଘର ଛାତ ଉଡିଯିବା ସହିତ ସିଡି ପାହାଚ ଭାଙ୍ଗିଯାଥିଲା। ଏହି ବିସ୍ଫୋରଣରେ ଗୋବିନ୍ଦ ନାୟକଙ୍କ ପତ୍ନୀ ସୁଧାଂଶୁବାଳା, ବୋହୂ ପ୍ରଭାତୀ ଓ ୩ ବର୍ଷୀୟା ନାବାଳିକା ନାତୁଣୀ ସ୍ଥିତିପ୍ରଜ୍ଞା ଗୁରୁତର ଆହତ ହୋଇଥିଲେ। ଏଥିରେ ସ୍ଥିତିପ୍ରଜ୍ଞା ଓ ପ୍ରଭାତୀଙ୍କର ମୃତ୍ୟୁ ଘଟିଥିବା ବେଳେ ସୁଧାଂଶୁବାଳାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିବା କୁହାଯାଉଛି। ସାଲେପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପାଗା ଫାଣ୍ଡି ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି।
ସୂଚନାଯୋଗ୍ୟ, କଟକର ପାଗା ମହାଜନପୁର ନାୟକସାହିର ଘଟଣା ବାଣ ପ୍ରସ୍ତୁତି ବେଳେ ଗୋଟିଏ ପରିବାରର ୩ଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/19/img-20260219-wa0027jpg-2026-02-19-23-00-05.jpeg)