ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ

ଚୌଦ୍ୱାର-ମଙ୍ଗୁଳି : କଟକ ଜିଲ୍ଲା ମଙ୍ଗୁଳି ଛକ ନିକଟସ୍ଥ ୧୬ନଂ ଜାତୀୟ ରାଜପଥର ହରିଅନ୍ତା ଛକ ନିକଟରେ ରବିବାର ଭୋର ୪ଟା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବକ ଦ୍ୱୟ ହେଲେ ଯାଜପୁର ଦେବୀଦ୍ୱାର ଅଞ୍ଚଳର ବିରଜା ପ୍ରସାଦ ରଣା (୩୪) ଓ ଯାଜପୁର ଜଳେଶ୍ୱରପୁର ଅଞ୍ଚଳର ତାରେଣୀସେନ ଜେନା (୩୦)।

ପ୍ରକାଶ ଯେ ବିରଜା ପ୍ରସାଦ ରଣା ଓ ତାରେଣୀସେନ ଜେନା ଏକ ମାରୁତି ସୁଇଫ୍ଟ  ଗାଡି (ଓଡି୩୪-୮୫୭୧)ରେ ଭୁବନେଶ୍ୱରରୁ ଯାଜପୁର ଫେରୁଥିବା ସମୟରେ କୌଣସି ଏକ ଅଜଣା ଗାଡ଼ି ସହିତ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଡ୍ରାଇଭର ତାରେଣୀସେନଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଡ଼ିରେ ବସିଥିବା ବିରଜା ପ୍ରସାଦଙ୍କୁ କଟକ ବଡ଼ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚ ମୃତ ଶରୀରକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଥିଲା। ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର