ଜଳେଶ୍ବର : ଦୁଇ ଶ୍ରମିକ ଉପରେ ମାଡ଼ିଗଲା ଟ୍ରେନ୍‌

ଜଳେଶ୍ବର : କାମ କରିବାକୁ ଆସିଲେ। ହେଲେ ଘରକୁ ଫେରିପାରିଲେନି। ହଠାତ୍‌ ମାଡ଼ିଆସିଲା କାଳ। ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଘଟିଛି ଏକ ମର୍ମନ୍ତୁଦ ଘଟଣା। ଦୁଇଜଣ ଶ୍ରମିକଙ୍କ ପରେ ଟ୍ରେନ୍‌ ମାଡ଼ିଯିବାରୁ ଜୀବନ ଚାଲିଯାଇଛି।

ସୂଚନା ଅନୁସାରେ; ପଶ୍ଚିମବଙ୍ଗ ବେଲଦା ଥାନା ଅଧୀନ ଦେଉଳି ବେଲଦା ଗ୍ରାମର ମୋନା ଗିରିଙ୍କ ପୁଅ ବବୁଲୁ (୩୨) ଏବଂ ସ୍ବର୍ଗତ ସନାତନ ମାନ୍ନାଙ୍କ ପୁଅ ନିତାଇ (୫୦) ଶ୍ରମିକ ଭାବ ଜଳେଶ୍ବର ରେଳ ଓଭରବ୍ରିଜ୍‌ କାମରେ ନିୟୋଜିତ ଥିଲେ। ପ୍ରତିଦିନ ପରି ଏମାନେ ଗତକାଲି ସକାଳେ ଜଳେଶ୍ବରକୁ କାମରେ ଆସିଥିଲେ। ତେବେ କାମ ସାରି ଉଭୟ ଘରକୁ ଫେରୁଥିଲେ। ସାନ୍ତ୍ରାଗାଛି ଟ୍ରେନ୍‌ ଧରିବା ପାଇଁ ବବଲୁ ଓ ନିତାଇ ଜଳେଶ୍ବର ନୂଆବଜାର ରେଳ ଫାଟକ ନିକଟରୁ ଷ୍ଟେସନ୍‌ ଆଡ଼କୁ ଅପ୍‌ ଲାଇନ୍‌ରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ପଛରୁ ଆସୁଥିବା ୨୨୮୭୭ ନମ୍ବରର ହାୱଡ଼ା-ଏର୍ଣ୍ଣାକୁଲମ୍‌ ସାପ୍ତାହିକ ଏକ୍ସପ୍ରେସ୍ ଉଭୟଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳର ସେମାନଙ୍କ ମୃତ୍ୟୁ ଘଟିଥିଲା। ତେବେ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ କିଛି ଲୋକେ ରେଳ ଧାରଣାରେ ବବଲୁ ଓ ନିତାଇଙ୍କ ଖଣ୍ଡବିଖଣ୍ଡିତ ଶରୀର ଦେଖିବା ପରେ ଜିଆର୍‌ପିକୁ ଖବର ଦେଇଥିଲେ। ଏନେଇ ଜିଆର୍‌ପି ଥାନାରେ ଏକ ମାମଲା ରୁଜୁ ହେବା ସହ ଶବ ବ୍ୟବଚ୍ଛେଦ କରାଯାଇଛି।

ସମ୍ବନ୍ଧିତ ଖବର