ହିଣ୍ଡାଲ୍‌କୋରେ ସ୍ମେଲଟର୍‌ରେ ଦୁର୍ଘଟଣା: ୨ ଶ୍ରମିକ ଗୁରୁତର

ସମ୍ବଲପୁର : ହୀରାକୁଦସ୍ଥିତ ହିଣ୍ଡାଲକୋ ସ୍ମେଲଟର କାରଖାନାରେ ଦୁର୍ଘଟଣା ଘଟି ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ବୁଧବାର ସଂଧ୍ୟାରେ କାଷ୍ଟିଂ ପ୍ଳାଣ୍ଟ-୧ରେ କାମ କରୁଥିଲାବେଳେ ଦୁଇ ଜଣ ଠିକା ଶ୍ରମିକଙ୍କ ଦେହରେ ଉତ୍ତପ୍ତ ତରଳ ଆଲୁମିନିୟମ ଧାତୁ ପଡ଼ି ସେମାନେ ଗୁରୁତର ହୋଇଥିବା ଜଣା ପଡ଼ିଛି। ଶ୍ରମିକମାନେ ହେଲେ ହୀରାକୁଦର ତଥାଗତ ଡାକୁଆ (୩୮) ଏବଂ ବିଜେପୁର ଅଞ୍ଚଳର ପୃଥ୍ବୀରାଜ ନନ୍ଦ (୩୧)। ବର୍ତ୍ତମାନ ଉଭୟ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଆହତଙ୍କ ମଧ୍ୟରୁ ତଥାଗତଙ୍କ ଅବସ୍ଥା ଅଧିକ ଗୁରୁତର ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର