ଜଗତସିଂହପୁରରେ ଅଘଟଣ : ପାଇଖାନା ଟାଙ୍କି ନେଲା ୨ ଜୀବନ

ଜଗତସି˚ହପୁର ଟାଉନ୍‌ : ଜଗତସି˚ହପୁର ଥାନା ମରିଚାପଦା ଗାଁରେ ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଫଲ୍‌ସ ଖୋଲିବା ସମୟରେ ଶ୍ବାସରୁଦ୍ଧ ହୋଇ ୨ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ମରିଚାପଦା ଗ୍ରାମର ବାବାଜି ଭୋଇଙ୍କ ପୁଅ ରାଜୁ(୩୦) ଓ ମଣ୍ତାସାହିର ରାଧାଶ୍ୟାମ ବାରିକଙ୍କ ପୁଅ ପ୍ରକାଶ(୩୬)।

ରାଜୁ ଓ ପ୍ରକାଶ ଆଜି ସକାଳେ ମରିଚାପଦା ଗ୍ରାମର ବଳରାମ ପତିଙ୍କ ଘରେ କାମ କରୁଥିଲେ। ଦୁଇମାସ ତଳେ ନୂଆ କରି ତିଆରି କରାଯାଇଥିବା ପାଇଖାନା ଟାଙ୍କିର ଫଲ୍‌ସ ଖୋଲାଯାଇ ନ ଥିବାରୁ ଆଜି ରାଜୁ ଓ ପ୍ରକାଶ ଫଲ୍‌ସ ଖୋଲିବା ପାଇଁ ଟାଙ୍କି ଭିତରକୁ ପଶିଥିଲେ। ତେବେ ସେମାନେ ଫେରି ନ ଥିଲେ କି’ ଭିତରୁ କିଛି ଶବ୍ଦ ଶୁଣାଯାଇ ନ ଥିଲା। ଘର ମାଲିକ ସେମାନଙ୍କୁ ଡାକିଥିଲେ ବି କିଛି ଉତ୍ତର ମିଳି ନଥିଲା। ଏଥିରେ ଘର ମାଲିକ ବ୍ୟସ୍ତ ହୋଇ ନିକଟରେ କାର୍ଯ୍ୟ କରୁଥିବା ଅନ୍ୟ ଲୋକମାନଙ୍କୁ ଡାକ ପକାଇଥିଲେ। ସଂଜ୍ଞାହୀନ ଅବସ୍ଥାରେ ଦୁହିଁଙ୍କୁ ଟାଙ୍କି ଭିତରୁ ଉଦ୍ଧାର କରାଯାଇ ଜଗତସି˚ହପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ, ସେଠାରେ ପହଞ୍ଚିବା ପୂର୍ବରୁ ଦୁହିଁଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ। ଦୁହିଁଙ୍କ ମୃତ୍ୟୁ ଖବର ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର