ପୁରୀ: ଆଧ୍ୟାତ୍ମିକ ସହର ପୁରୀରେ ୩୧୬ ନମ୍ବର ଜାତୀୟ ରାଜପଥ ଉପରେ ଖୁବ୍‌ ଶୀଘ୍ର ଦୁଇ ଥାକିଆ ରେଳବାଇ ଓଭରବ୍ରିଜ୍‌ ନିର୍ମାଣ ହେବାକୁ ଯାଉଛି। ଗୁଣ୍ଡିଚା ମନ୍ଦିର ନିକଟ ମାଟିଆପଡ଼ା ଲେବେଲ କ୍ରସିଂ ଠାରେ ଏହି ବହୁ ପ୍ରତୀକ୍ଷିତ ଓଭରବ୍ରିଜ ନିର୍ମାଣ ହେବ।

Advertisment

ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ଏହି ପ୍ରକଳ୍ପକୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ମଂଜୁରୀ ଦେଇଥିବା ପୁରୀ ସାଂସଦ ପିନାକୀ ମିଶ୍ର ତାଙ୍କର ଟୁଇଟର ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି।

publive-image Odisha Sun Times

ମନ୍ତ୍ରାଳୟର ମଂଜୁରୀ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୬୩.୮୪ ମିଟର ପ୍ରକଳ୍ପ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରାଯିବ। ପ୍ରକଳ୍ପ ପାଇଁ କେତେ ଅଟକଳ ରହିବ ସେ ନେଇ ମନ୍ତ୍ରଳୟକୁ ପ୍ରସ୍ତାବ ଦିଆଯିବ। ଖୁବ ଶୀଘ୍ର ଏହି ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ଵାନ କରାଯିବ ବୋଲି ସାଂସଦ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ପିନାକୀ ମିଶ୍ର ପ୍ରକଳ୍ପ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବହୁ ପ୍ରତୀକ୍ଷିତ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ପୁରୀବାସୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଛି। ମାଟିଆପଡ଼ା ଲେବେଲ କ୍ରସିଂ ଉପରେ ୨ ଥାକିଆ ଓଭରବ୍ରିଜ ନିର୍ମାଣ ହେବା ପରେ ପୁରୀବାସୀଙ୍କ ଅନେକ ସମସ୍ୟାର ସମାଧାନ ହେବା ସହିତ ଗମନାଗମନ ବ୍ୟବସ୍ଥା ଆହୁରି ସହଜ ହେବ ଓ ଟ୍ରାଫିକ ଭିଡ଼ ରହିବ ନାହିଁ।