ଛିନ୍‌ତାଇ ବେଳେ ଧରାପଡ଼ି ଜେଲ୍ ଗଲେ ଦୁଇ ଲୁଟେରା

ଚନ୍ଦ୍ରଶେଖରପୁର : ମୋପେଡ୍‌ରେ ଯାଉଥିବା ଜଣେ ଯୁବକଙ୍କଠାରୁ ମୋବାଇଲ୍ ଛିନତାଇ କରି ଚମ୍ପଟ ମାରୁଥିବା ଦୁଇ ଜଣ ଲୁଟେରାଙ୍କୁ ଗିରଫ କରି ‌କୋର୍ଟ ଚାଲାଣ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ୍। ସେମାନେ ହେଲେ ଶୈଳଶ୍ରୀବିହାର ନିକଟ ଏକ ବସ୍ତିର ଶିବକୁମାର ବେଶ୍ରା ଓ ବିକାଶ ନାୟକ। ସୁଧୀର କୁମାର ସାହୁ ନାମକ ଜଣେ ଯୁବକ ଗ୍ରିଡକୋ କଲୋନି ନିକଟରେ ଯାଉଥିବା ବେଳେ ଶିବ ଓ ବିକାଶ ତାଙ୍କଠାରୁ ମୋବାଇଲ ଛିନତାଇ କରିଥିଲେ। ଫେରାର ହେବା ବେଳେ ସ୍ଥାନୀୟ ଲୋକ ଲୁଟେରା ଲୁଟେରାଙ୍କୁ କାବୁକରି ସ୍ଥାନୀୟ ଥାନା ପୁଲିସ୍ ଜିମା ଦେଇଥିଲେ। ଏ ନେଇ ଛିନତାଇର ଶିକାର ସୁଧୀର ଥାନାରେ ଅଭିଯୋଗ କରିଥିଲେ।

ଗ୍ୟାସ୍‌ ଟାଙ୍କି ଲୁଟି ୨ ଗିରଫ
ଭୁବନେଶ୍ବର : ସାଲିଆସାହି ଏକାମ୍ର ବିହାରରେ ଏଲ୍‌ପିଜି ଗ୍ୟାସ୍‌ ଡେଲିଭରି ବୟଙ୍କୁ ଆକ୍ରମଣ କରି ଗ୍ୟାସ୍‌ ଟାଙ୍କି ଲୁଟ୍ କରିଥିବା ଅଭିଯୋଗରେ ଆଜି ନୂଆପଲ୍ଲୀ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ନୂଆପଲ୍ଲୀ ଏକାମ୍ର ଭିଲ୍ଲାର ରଞ୍ଜିତ ପ୍ରଧାନ ଓ ସାଲିଆସାହି ଏକାମ୍ର ବିହାରର ଚିଣ୍ଟୁ ସ୍ବାଇଁ। ସେମାନେ ଗତ ୧୦ ତାରିଖରେ ଗ୍ୟାସ୍‌ ଟାଙ୍କି ବିତରଣ କରୁଥିବା ସୁକାନ୍ତ କୁମାର ଭୋଇଙ୍କୁ ମାଡ଼ ମାରି ଟାଙ୍କି ଲୁଟି ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର