ଗୋଟିଏ ସମୟରେ ଆରବସାଗର, ବଙ୍ଗୋପସାଗରରେ ଲଘୁଚାପ ; ତାମିଲନାଡ଼ୁ, ଆନ୍ଧ୍ର, ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ବର :  ଗୋଟିଏ ସମୟରେ ଦେଶ ଦୁଇଟି ଲଘୁଚାପର ସମ୍ମୁଖୀନ ହେବାକୁ ଯାଉଛି । ଗୋଟିଏ ଲଘୁଚାପ କ୍ଷେତ୍ର ଉତ୍ତର ଭାରତ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି । ଅନ୍ୟଟି ଆରବ ସାଗରରେ ସୃଷ୍ଟି ହୋଇଛି ।

ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ପଶ୍ଚିମଦିଗ ଆଡ଼କୁ ମୁହାଁଇଥିବାରୁ ତାହାର ବିଶେଷ ପ୍ରଭାବ ପଡ଼ିବ ନାହିଁ । ଅନ୍ୟପକ୍ଷରେ ଭାରତ ମହାସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆସନ୍ତା କାଲି ସୁଦ୍ଧା ଏକ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ତଟବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି ।  ଆସନ୍ତା ୨୩ ଓ ୨୪ ତାରିଖ ବେଳକୁ ତାମିଲନାଡ଼ୁରେ ଏବଂ ଆନ୍ଧ୍ରପ୍ରଦେଶରେ ୨୫ ଓ ୨୬ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲା ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ୨୫ ଓ ୨୬ ତାରିଖରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର