ଆସୁଛି ଦୁଇଟି ଲଘୁଚାପ: ୫ରୁ ବଢ଼ିବ ବର୍ଷା

ଭୁବନେଶ୍ବର: ଆଗକୁ ଆସୁଛି ଦୁଇଟି ଲଘୁଚାପ। ଏଥିମଧ୍ୟରୁ ଚଳିତ ମାସ ପ୍ରଥମ ସପ୍ତାହ ଅର୍ଥାତ ସେପ୍ଟେମ୍ବର ୨ରୁ ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ଓ ଦ୍ଵିତୀୟଟି ସେପ୍ଟେମ୍ବର ୯ରୁ ୧୫ ମଧ୍ୟରେ ସୃଷ୍ଟି ହେବ। ୫ ତାରିଖରୁ ବଢ଼ିବ ବର୍ଷା। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଜୁନ ୧ରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ୬% ଅଧିକ ବର୍ଷା ହୋଇଛି। ଏହି ସମୟରେ ୬ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ଏବଂ ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ବର୍ତ୍ତମାନ ମୌସୁମୀ ନିମ୍ନଚାପ ରେଖା କ୍ରମଶଃ ଦକ୍ଷିଣମୁଁହା ହେଉଛି।
ବର୍ତ୍ତମାନ ୧୩ ସହରର ତାପମାତ୍ରା ୩୫ ଡିଗ୍ରୀ ରୁ ଅଧିକ ରହୁଛି। ଆର୍ଦ୍ରତା ୬୫%ରୁ ଅଧିକ ରହୁଛି। ଏହାଫଳରେ ଗରମ ଓ ଗୁଳୁଗୁଳି ଲାଗି ରହୁଛି। ଆହୁରି ୩ ଦିନ ଏହି ସ୍ଥିତି ଲାଗି ରହିବ।

ସମ୍ବନ୍ଧିତ ଖବର