ଭୁବନେଶ୍ବର: ଆସନ୍ତା ଆଠ ଦିନରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଦୁଇଟି ଲଘୁଚାପ କ୍ଷେତ୍ର। ଆସନ୍ତା ୧୫ ଜୁଲାଇ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ପ୍ରଥମ ଲଘୁଚାପ କ୍ଷେତ୍ର। ଏହି କ୍ଷେତ୍ରଟି ପ୍ରଭାବରେ ୧୪ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି।
୧୫-୧୬ ତାରିଖ ରେ ବର୍ଷା ର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ। ଏହି ସମୟରେ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ ଜଗତସିଂହପୁର, କେଉଁଝର, ଯାଜପୁର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ କେନ୍ଦ୍ରାପଡା, ସୁନ୍ଦରଗଡ଼ , ଝାରସୁଗୁଡ଼ା, ବରଗଡ଼, ସମ୍ୱଲପୁର, ଦେଓଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା (୭-୧୧ସେମି) ସମ୍ଭାବନା ରହିଛି। ତେବେ ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୧୨-୨୦ସେମି)ସମ୍ଭାବନା ରହିଛି।
ଦ୍ବିତୀୟ ଲଘୁଚାପ କ୍ଷେତ୍ରଟି ୧୯-୨୦ ଜୁଲାଇ ବେଳକୁ ଉତ୍ତର ବଙ୍ଗୋପସାଗର ତତ୍ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ଏହି ଲଘୁଚାପଟି ପ୍ରଥମ ଲଘୁଚାପ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇ ଚିହ୍ନିତ ଲଘୁଚାପ କିମ୍ବା ଅବପାତ ର ରୂପ ନେଇପାରେ। ଏହି କ୍ଷେତ୍ର ପ୍ରଭାବ ରେ ୨୦ ରୁ ୨୨ ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶା ରେ ଅଧିକ ବର୍ଷା ସମ୍ଭାବନା ରହିଛି। ଆସୁଥିବା ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟ ରେ ନିଅଣ୍ଟିଆ ବର୍ଷା ଭରଣା ହେବାର ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/b2f4a0b8-f06d-481b-9ec8-5352e9b517bb.jpeg)