୨ ଦୁର୍ଦାନ୍ତ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ୨ ଦୁର୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ପାନିଡୋବରୀ ଏଲଓସି ତଥା ସିଏନଏମ ସଦସ୍ୟା ମାନକୋ ଦୁଗ୍ଗା ଅରଫ ଦେବକୀ ଏବଂ ସୀତାପୁର ଏଲଜିଏସ କମାଣ୍ଡର ଲଛୁ ମାରକାମ ଅରଫ କମଲେଶ। କାଂକେର ଜିଲ୍ଲା କାର୍ଯ୍ୟାଳୟରେ ବସ୍ତର ରେଂଜ ପୁଲିସ ମହାନିର୍ଦେଶକ ବିବେକାନନ୍ଦ ସିହ୍ନା, ଏସପି କେ.ଏଲ ଧ୍ରୁବଙ୍କ ନିକଟରେ ଦୁହେଁ ଆତ୍ମସମର୍ପଣ କରିଛନ୍ତି। ସରକାର ପୂର୍ବରୁ ଦେବକୀ ନାମରେ ୧ ଲକ୍ଷ ଟଂକା ଏବଂ ଲଛୁ ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର