ଥୁଆପାଲି: ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍ ମାନପୁର ପଂଚାୟତ ମହଲାକଟା ଗ୍ରାମର ଜୟନ୍ତୀ ମେହେର (୪୫ ବର୍ଷ) କର୍କଟ ରୋଗରେ ପୀଡ଼ିତ ହୋଇ ଗୁରୁବାର ରାତି ୩ଟାରେ ମୃତ୍ୟୁ ଘଟିଛି। ଦୀର୍ଘ ୪ ବର୍ଷ ହେଲା ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଶେଷରେ ଆଖି ବୁଝିଲେ। ତାଙ୍କର ଦୁଇ ପୁଅ ଧରଣୀ (୧୫) ଓ ଲଳିତ (୭) ଏବେ ମା’ଙ୍କୁ ହରାଇ ବେସାହାରା ହୋଇଛନ୍ତି। ଜୟନ୍ତୀଙ୍କ ସ୍ବାମୀ ୧୦ ବର୍ଷ ଆଗରୁ ଏକ ଅଜଣା ରୋଗରେ ପଡ଼ି ମୃତ୍ୟୁବରଣ କରିଥିଲେ। ତାଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ଦୁଇ ଭାଇ ଏବେ କେମିତି ଚଳିବେ, ପାଠ କିପରି ପଢ଼ିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ବଡ଼ ପୁଅ ଧରଣୀ ମାଟ୍ରିକ ପରୀକ୍ଷାରେ ୭୫ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସାନପୁଅ ଲଳିତ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଛି। ପ୍ରଶାସନ ତୁରନ୍ତ ବାପ-ମା’ ଛେଉଣ୍ଡ ଦୁଇ ଭାଇଙ୍କ ସୁବିଧା କରାଇବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।
ମୃତ୍ୟୁ ସହ ସଂଗ୍ରାମ କରି ଆଖିବୁଜିଲେ ମହିଳା ବାପା-ମା’ ଛେଉଣ୍ଡ ହେଲେ ଦୁଇ ନାବାଳକ
/sambad/media/post_attachments/wp-content/uploads/2022/06/dead-final.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)