ପାରଳାଖେମୁଣ୍ଡି: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଗତ ୧୩ରେ ସରିଛି। ଏବେ ଇଭିଏମ୍ରେ ବନ୍ଦ ଅଛି ପ୍ରାର୍ଥୀଙ୍କ ଭାଗ୍ୟ। ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ ଓ ମୋହନା ନିର୍ବାଚନମଣ୍ଡଳୀର ଉଭୟ ବିଧାନସଭା ଓ ଲୋକସଭା ଆସନରେ ମତଦାନ ପରେ ୧,୧୪୬ଟି ଇଭିଏମ୍ ପାରଳାଖେମୁଣ୍ଡିସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ ଷ୍ଟ୍ରଙ୍ଗ ରୁମ୍ରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଇଭିଏମ୍ଗୁଡ଼ିକୁ ଷ୍ଟ୍ରଙ୍ଗ୍ ରୁମ୍ରେ ରଖାଯାଇଥିବା ବେଳେ ବାହାରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏହାକୁ ଜଗି ରହିଛନ୍ତି। ତେବେ ମୋହନା ନିର୍ବାଚନ ମଣ୍ଡଳୀର ଦୁଇ ବିଧାୟକ ପ୍ରାର୍ଥୀ (ବିଜେପିର ପ୍ରଶାନ୍ତ ମଲିକ ଓ କଂଗ୍ରେସର ଦାଶରଥି ଗମାଙ୍ଗ) କୌଣସି ଅଘଟଣ କିମ୍ବା ଟାମ୍ପରିଂ ଆଶଙ୍କା କରି ରାତିଦିନ ବି କେନ୍ଦ୍ର ବାହାରେ କ୍ୟାମ୍ପ୍ କରି ପହରା ଦେଉଥିବା ଦେଖିବାକୁ ମିଳିଛି।
ଷ୍ଟ୍ରଙ୍ଗ୍ ରୁମ୍ ଜଗିଛନ୍ତି ଦୁଇ ବିଧାୟକ ପ୍ରାର୍ଥୀ
/sambad/media/post_attachments/wp-content/uploads/2024/05/fhfsfhsfhshf.jpg)