ଭୁବନେଶ୍ବର: ଦେଶର ୧୫ତମ ରାଷ୍ଟ୍ରପତି କିଏ ହେବେ ତାହା ଜୁଲାଇ ୨୧ରେ ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ। ଜୁଲାଇ ୨୫ ତାରିଖରେ ନବନିର୍ବାଚିତ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ଏଥି ପାଇଁ ଜୁଲାଇ ୧୮ ତାରିଖରେ ଭୋଟିଂ ଶେଷ ହୋଇଛି। ବିଜେପି ନେତୃତ୍ବରେ ପରିଚାଳିତ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି ଓଡିଶାର ବିଜେଡି ବିଧାୟକ ଓ ସାଂସଦ।
ତେବେ ଦ୍ରୌପଦୀ ମୁମୁଙ୍କୁ ୨ ଜଣ କଂଗ୍ରେସ ବିଧାୟକ ମଧ୍ୟ ଭୋଟ ଦେଇଛନ୍ତି। କେବଳ କଟକ ବିଧାୟକ ମହମ୍ମଦ ମୋକିମ୍ ନୁହଁନ୍ତି। ବରଂ ଦ୍ରୌପଦୀଙ୍କୁ ଶ୍ରୀ ମୋକିମ୍ଙ୍କ ସହିତ ଆଉ ଜଣେ କଂଗ୍ରେସ ବିଧାୟକ ମଧ୍ୟ ଭୋଟ୍ ଦେଇଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ୍ ମାଝି ଏନେଇ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶା ମାଟିର ଝିଅକୁ ସମସ୍ତେ ସମର୍ଥନ କଲେ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଲେ । ତାଙ୍କ ଦଳର ଆଉ ଜଣେ ବିଧାୟକ ମଧ୍ୟ ଦ୍ରୌପଦୀଙ୍କୁ ଭୋଟ୍ ଦେଇଛନ୍ତି, ଯାହାକି ଆସନ୍ତାକାଲି ସ୍ପଷ୍ଟ ହୋଇଯିବ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଶେଷ ହୋଇଥିବା ବେଳେ। ଭୋଟିଂକୁ ନେଇ ୩ ଦିନ ହେଲା ଏବେ ରାଜ୍ୟ ରାଜନୀତି ସରଗରମ ରହିଛି । ଗୋଟିଏ ପଟେ ମାଟିର ଝିଅକୁ ବିଜେଡିର ସମସ୍ତ ବିଧାୟକ ଓ ସାଂସଦ ସମର୍ଥନ ଦେଇଥିବାବେଳେ, କଂଗ୍ରେସ ବିଧାୟକ ହୋଇ ମଧ୍ୟ ମହମ୍ମଦ ମୋକିମ୍ ଦ୍ରୌପଦୀଙ୍କୁ ଭୋଟ୍ ଦେଇଥିଲେ । ଏହାକୁ ନେଇ କଂଗ୍ରେସ ଶିବିରରେ ମଧ୍ୟ କମ୍ପନ ସୃଷ୍ଟି ହୋଇଥିଲା। ଜବାବରେ ନିଜେ ମୋକିମ୍ ଗଣମାଧ୍ୟମକୁ କହିଥିଲେ, ସେ ପାର୍ଟିଠାରୁ ଆଗ ମାଟିକୁ ଦେଖି, ନିଜ ମନ ମୁତାବକ ଦ୍ରୌପଦୀଙ୍କୁ ଭୋଟ୍ ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/draupadi-murmu-2.jpg)