ମାଲକାନଗିରି/ପୁରୀ : ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି କରୋନା ସଂକ୍ରମିତ ହୋଇଛନ୍ତି। ପ୍ରଥମେ ବିଧାୟକଙ୍କୁ ମାଲକାନଗିରି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେହିପରି ପୁରୀର ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏବେ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ସେ ସଙ୍ଗରୋଧରେ ରହିଛନ୍ତି। ତାଙ୍କ ପରିବାରର ଅନ୍ୟ ତିନି ଜଣ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି।
ଦୁଇ ବିଧାୟକଙ୍କୁ କରୋନା
/sambad/media/post_attachments/wp-content/uploads/2020/09/mla-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)