ପାଣିକୋଇଲି : ପାଣିକୋଇଲି ଶ୍ରୀହରି କଟେଜ ସେକ୍ସ ରାକେଟ ଘଟଣାରେ ପୁଲିସ ଆଉ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଆଜି ଗିରଫ ହୋଇଥିବା ଦୁଇ ଗ୍ରାହକ ହେଲେ କୋରେଇ ଥାନା ଧନେଶ୍ବର ପଞ୍ଚାୟତର ମାଳିବାଗ ଗ୍ରାମର ନିରଂଜନ ବେହେରା (୩୪) ଓ ବଡବିରୁହାଁ ଗ୍ରାମର ଶ୍ରୀବତ୍ସ ମାଝୀ (୩୮)। ଦଫା ୩୭୦, ୩୭୦(ଏ) (୨) ଆଇପିସି ଓ ୩ /୫ /୬ପ୍ରିଭେନସନ ଅଫ ଆଇଏମ ମୋରାଲ ଟ୍ରାଫିକ ଆକ୍ଟରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ରଗଡ଼ି ଜେଲକୁ ପଠାଇ ଦିଆଯାଇଛି। ଏଥି ସହିତ ଏହି ମାମଲାରେ ପୁଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି।
ଗତ ବୁଧବାର ପୁଲିସ ଚଢ଼ଉ କରି ଏଠାରୁ ଜଣେ ଗ୍ରାହକ ଓ ଯୁବତୀଙ୍କୁ ଅସଂଯତ ଅବସ୍ଥାରେ ଧରିଥିଲା। ଏନେଇ ଏକ ମାମଲା ୨୦୦/୨୨ ରୁଜୁ କରି ହୋଟେଲ ମାଲିକଙ୍କ ସମେତ ପୂର୍ବରୁ ୭ ଜଣଙ୍କୁ ଗିରଫ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/arrest-1.jpg)