କଟକ: ଜଗତପୁରରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଥିବାର ତାଜା ଖବର ମିଳିଛି। ଦୁଇ ଗୁରୁତରଙ୍କୁ ବଡ଼ ମେଡକାଲକୁ ନିଆଯାଉଛି। ଏଣେ ନିମପୁର ଅଞ୍ଚଳରେ ପଶିଥିବା ହାତୀଟି କେତେକ କାର୍ ଓ ଘର ଭାଙ୍ଗି ଦେଇଥିବାର ସୂଚନା ମିଳିଛି। ତିନିଟି ହାତୀ ଜଗତପୁରରେ ଉପଦ୍ରବ ଜାରି ରଖିଥିବା କୁହାଯାଉଛି। ଏବେ ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ଅପରେସନ ଚାଲିଛି। ଏହି କାରଣରୁ ଜଗତପୁର ଗୋଲେଇ ଛକଠାରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ କେହି ଯାତାୟାତ ନ କରିବା ପାଇଁ ସତର୍କ କରାଇଛି ବନ ବିଭାଗ।
ଆଜି ଜଗତପୁର ଅଞ୍ଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ ନିମପୁରରେ ଜଣେ ବୃଦ୍ଧ ଓ ଆଉ ଜଣେ ବୃଦ୍ଧାଙ୍କୁ ହାତୀ ଦଳି ଦେଇଥିବାର ସୂଚନା ମିଳିଛି। ଏହାପରେ ଜଗତପୁରରେ ହାତୀ ପଶିଯାଇଥିବାର ସୂଚନା ରହିଛି। ତେଣେ ଯୋବ୍ରା ଆନିକଟ ୧୪ ନମ୍ବର ଗେଟରେ ଏକ ହାତୀର ମୃତଦେହ ଲାଗିଥିବା ଦେଖାଯାଇଥିଲା। ଉକ୍ତ ହାତୀଟି ନଦୀ ପାଣିରେ ଭାସିଆସିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ୨ଟି ଡଙ୍ଗା ସାହାଯ୍ୟରେ ହାତୀର ମୃତଦେହକୁ ବାନ୍ଧି କୂଳକୁ ଅଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Untitled8.png)