ରାଜ୍ୟ ପାଇଁ ଖୁସି ଖବର : ସୁସ୍ଥ ହେଲେ ଆଉ ଦୁଇ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟ ପାଇଁ ଭଲ ଖବର। ଆଜି ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। । ନମୁନା ନେଗେଟିଭ୍ ବାହାରିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଆଉ ଏହି ଦୁଇ ଆକ୍ରାନ୍ତ ଭୁବନେଶ୍ୱରର ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଏହା ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି । ରାଜ୍ୟର କରୋନା ହଟସ୍ପଟ୍ ଭାବେ ପରିଗଣିତ ଭୁବନେଶ୍ୱର ଲାଗି ଏହା ଏକ ଉତ୍ସାହଜନକ ଖବର।

ତେବେ ଭୁବନେଶ୍ୱରର ଏହି ୨ ଆକ୍ରାନ୍ତ ସୁସ୍ଥ ହେବା ପରେ ବର୍ତ୍ତମାନ ଓଡିଶାର ମୋଟ ସୁସ୍ଥଙ୍କ ସଂଖ୍ୟା ୨୧ ଛୁଇଁଛି । ପୂର୍ବରୁ ୧୯ ଜଣ ସୁସ୍ଥ ଥିବା ବେଳେ ଆଜି ୨ ଜଣ ସୁସ୍ଥ ହେବା  ସାରା ରାଜ୍ୟ ତଥା ଭୁବନେଶ୍ୱର ପାଇଁ ଭଲ ଖବର ଆଣିଦେଇଛି । ତେବେ ଏଯାବତ୍  ରାଜ୍ୟରେ ମୋଟ ୬୦ଟି ପଜିଟିଭ ଥିବା ବେଳେ ୩୮ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି। ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର