ପୂର୍ବତଟ ରେଳପଥ ମଧ୍ୟ ଦେଇ ଚାଲିବ ଆଉ ୨ଟି ଟ୍ରେନ

ଭୁବନେଶ୍ବର : ପୂର୍ବତଟ ରେଳପଥ ମଧ୍ୟଦେଇ ଉତ୍ତର ପୂର୍ବାଞ୍ଚଳରୁ ଦକ୍ଷିଣ ଭାରତକୁ ଦୁଇଟି ବିଶେଷ ଟ୍ରେନ ଚଳାଚଳ କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ସୀଲଚାର-କୋଏମ୍ବାଟୁର-ସୀଲଚର ବିଶେଷ ଟ୍ରେନ (୦୨୫୧୬/୦୨୫୧୫) ସୀଲଚରରୁ ଜୁନ୍‌ ୨୨ରୁ ପ୍ରତ୍ୟେକ ମଙ୍ଗଳବାର ରାତି ୮ଟା ୧୦ରେ ଛାଡ଼ିବାକୁ ଥିବା ବେଳେ ଜୁନ୍‌ ୨୭ରୁ କୋଏମ୍ବାଟୁରରୁ ପ୍ରତ୍ୟେକ ରବିବାର ରାତି ୯ଟା ୪୫ରେ ଛାଡ଼ିବ। ଏହି ଟ୍ରେନ ଗୌହାଟୀ, ନ୍ୟୁ ଜଲପାଇଗୁଡି, ରାମପୁର ହାଟ, ଡାଙ୍କୁଣୀ, ଖଡଗ୍‌ପୁର, ଭୁବନେଶ୍ବର, ବିଶାଖାପାଟଣା, ବିଜୟୱାଡା, ଆରାକୋନମ୍, ସାଲେମ୍ ସହିତ ଗୁରୁତ୍ବପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ରହିବ।

ସୀଲଘାଟ-ତାମ୍ବରମ-ସୀଲଘାଟ ବିଶେଷ ଟ୍ରେନ (୦୫୬୩୦/୦୫୬୨୯) ଜୁନ୍‌ ୨୫ରୁ ସୀଲଘାଟରୁ ପ୍ରତି ଶୁକ୍ରବାର ପୂର୍ବାହ୍ନ ୧୦ଟା ୫ରେ ଛାଡ଼ିବାକୁ ଥିବା ବେଳେ ତାମ୍ବରମରୁ ଜୁନ୍‌ ୨୮ରୁ ପ୍ରତି ସୋମବାର ସନ୍ଧ୍ୟା ୬ଟା ୫୫ରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବ। ଗୌହାଟୀ, ନ୍ୟୁ ଜଲପାଇଗୁଡି, ରାମପୁର ହାଟ, ଆସାନସୋଲ, ଟାଟା, ହିଜଲି, ଭୁବନେଶ୍ବର, ବିଶାଖାପାଟଣା, ବିଜୟୱାଡା, ଚେନ୍ନାଇ ଏଗମୋର୍ ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ରହଣି କରିବ।

ସମ୍ବନ୍ଧିତ ଖବର