ପୁତୁରାର ଶାବଳମାଡ଼ରେ ବଡ଼ ବାପା-ବଡ଼ ମା’ ମୃୃତ, ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ରାଇରଙ୍ଗପୁର: ପୁତୁରାର ଶାବଳମାଡ଼ରେ ବଡ଼ ବାପା ଓ ବଡ଼ ମା’ଙ୍କର ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଝରାଡ଼ିହି ଫାଣ୍ଡି ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଯାଇଛିା ମୃତକ ହେଲେ ଯୋଗେନ୍ଦ୍ର ହାଁସଦା (୬୮) ଓ ତାଙ୍କର ସ୍ତ୍ରୀ ନାନୀ ହାଁସଦା (୬୫)। ଅଭିଯୁକ୍ତ ପୁତୁରା ମାଝ ହାଁସଦା ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛି।

ସୂଚନା ଅନୁଯାୟୀ ତିରିଂ ଥାନା ଅନ୍ତର୍ଗତ ଦେଉରାଡିହି ଗ୍ରାମରେ ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ହୋଇଛି। ଆଜି ଯୋଗେନ୍ଦ୍ର ହାଁସଦା ଓ ସୁରାଇ ହାଁସଦାଃ ହାଁସଦାଙ୍କ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ପାଣି ପମ୍ପ ବିକ୍ରିକୁ ନେଇ ଦୁଇ ଭାଇ ଯୋଗେନ୍ଦ୍ର ଓ ସୁରାଇ ମଧ୍ୟରେ ଦୀର୍ଘଦିନରୁ ଝଗଡା ହେଉଥିଲାା ଆଜି ଏହା ଭୟଙ୍କର ରୂପ ନେଇଥିଲା। ଝଗଡା ଲାଗୁଥିବା ଖବର ପାଇ ପୁତୁରା ମାଝ ହାଁସଦାଃ ଉତକ୍ଷିପ୍ତ ହୋଇ ଏକ ଶାବଳରେ ବଡ଼ ବାପା ଓ ବଡ଼ ମାଆଙ୍କୁ ମାରି ହତ୍ୟା କରିଥିଲା । ହତ୍ୟାପରେ ଥାନାରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳକୁ ବାରିପଦା ସାଇନ୍‌ଟିଫିକ୍ଟ ଟିମ୍‌, ସନ୍ଧାନୀ କୁକୁର ଓ ତିରିଂ ଥାନା ପୁଲିସ ପହଂଚି ଘଟଣାର ଅଧିକ ତଦନ୍ତ କରୁଛନ୍ତିି । ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ମିଳିଛି । ଏନେଇ ତିରିଂ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧିତ ଖବର