ଛତ୍ରପୁର : ସଙ୍ଗରୋଧରେ ଦୁଇ ନାଗା ବାବା

ଛତ୍ରପୁର : ଛତ୍ରପୁର ବ୍ଲକ ମାଧପୁର ଗ୍ରାମ ସ୍ଥିତ ଗୀତା ଆଶ୍ରମକୁ ଛତିଶଗଡ଼ ଅଞ୍ଚଳରୁ ଆସିଥିବା ଦୁଇ ନାଗାବାବାଙ୍କୁ ପ୍ରଶାସନ ଉଦ୍ଧାର କରି ସ୍ବାସ୍ଥ୍ୟପରୀକ୍ଷା ପରେ ସଙ୍ଗରୋଧରେ ରହିବା ଲାଗି ନିର୍ଦ୍ଦେଶ ‌ଦେଇଛି। ନାଗାବାବା ଦ୍ୱୟ ହେଲେ ଜନ୍ମଜ୍ ପୁରୀ ଓ ଆନନ୍ଦ ପୁରୀ।

ନାଗାବାବା ଦ୍ୱୟ କୌଣସି କାରଣରୁ ଛତ୍ରପୁର ବ୍ଲକ ମାଧପୁର ଗ୍ରାମ ସ୍ଥିତ ଗୀତା ଆଶ୍ରମକୁ ଆସିଥିଲେ। ଏ ସମ୍ପର୍କରେ ବିଡିଓ ଅମ୍ବିକା ପ୍ରସାଦ ଦାଶ ଓ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍‌ ରଞ୍ଜନ ଛୋଟରାୟ ସୂଚନା ପାଇଁ ଆଶ୍ରମ ଉପରେ ଚଢଉ କରିଥିଲେ। ଛତ୍ରପୁର ମୁନଷିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଟିମ୍ ସେଠାରେ ପହଞ୍ଚି ଦୁଇ ନାଗାବାବାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ସେ ଦୁହେଁଙ୍କୁ ଗୀତାଆଶ୍ରମରେ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି। ଆଶ୍ରମ ଦାୟିତ୍ବରେ ଥିବା ବାବା ଏସ୍‌.ଘନଶ୍ୟାମ ରେଡ୍ଡୀଙ୍କୁ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ କୁହାଯାଇଛି। ଅନ୍ୟପକ୍ଷରେ ଗୀତା ଆଶ୍ରମର ବାବା ଘନଶ୍ୟାମ ସେମାନଙ୍କୁ ନିଜ ଜିମା ମଧ୍ୟରେ ନେଇ ପୋଲସରା ସ୍ଥିତ ମଠରେ ସଙ୍ଗରୋଧ ଭାବେ ରଖିବା ପାଇଁ ବ୍ୟବସ୍ଥା କରିବା ଲାଗି ବଡମାଧପୁର ସରପ‌ଞ୍ଚ ଶରତ ଖୁଣ୍ଟିଆଙ୍କ ଠାରେ ଏକ ଦରଖାସ୍ତ କରିଥିଲେ। ପୋଲସରା ଆଶ୍ରମରେ ସଙ୍ଗରୋଧରେ ରହିବା ଲାଗି ଅନୁମତି ଦିଆଯାଇଥିବା ସରପ‌ଞ୍ଚ ଶ୍ରୀ ଖୁଣ୍ଟିଆ କହିଛନ୍ତି।

ସମ୍ବନ୍ଧିତ ଖବର