ଗଡ଼ିବ ଦୁଇ ନବରାତ୍ରି ସ୍ପେସାଲ ଟ୍ରେନ୍‌

ଭୁବନେଶ୍ବର : ନବରାତ୍ରି ଉତ୍ସବରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ନବରାତ୍ରି ସ୍ପେସାଲ ଟ୍ରେନ ଚଳାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ହୋଇଛି। ଉକ୍ତ ଟ୍ରେନ୍‌ଗୁଡ଼ିକ ହେଲା ଝାରସୁଗୁଡ଼ା-ଖୋର୍ଦ୍ଧାରୋଡ-ଝାରସୁଗୁଡ଼ା ଏବଂ ବାଙ୍ଗିରିପୋଷି-ଖୋର୍ଦ୍ଧାରୋଡ-ବାଙ୍ଗିରିପୋଷି ସ୍ପେସାଲ। ଝାରସୁଗୁଡ଼ା-ଖୋର୍ଦ୍ଧାରୋଡ-ଝାରସୁଗୁଡ଼ା ସ୍ପେସାଲ(୦୮୦୦୧/୦୮୦୦୨) ଆସନ୍ତା ୨୪ ତାରିଖ ଅପରାହ୍ଣ ୫ଟା ୨୦ରେ ଝାରସୁଗୁଡ଼ାରୁ ବାହାରି ପରଦିନ ଭୋର ୫ଟା ୨୦ରେ ଖୋର୍ଦ୍ଧାରୋଡରେ ପହଞ୍ଚିବ। ୨୫ ତାରିଖ ରାତି ୯ଟାରେ ଖୋର୍ଦ୍ଧାରୋଡ ଛାଡ଼ିବ ଏବଂ ପରଦିନ ୭ଟା ୫୦ରେ ଝାରସୁଗୁଡ଼ାରେ ପହଞ୍ଚିବ। ଏହି ସ୍ୱତନ୍ତ୍ର ଟ୍ରେନଟି ବାଗଡେହି, ବାମରା, ଗରପୋଷ, ରାଜଗାଙ୍ଗପୁର, ରାଉରକେଲା, ବିସ୍ରା, ମନୋହରପୁର, ଗୋଲକେରା, ଚକ୍ରଧରପୁର, ଚାଇବାସା, ଡଙ୍ଗୋଆପୋସି, ବାଂଶପାଣି, କେନ୍ଦୁଝରଗଡ଼, ହରିଚନ୍ଦନପୁର, ସୁକିନ୍ଦା ରୋଡ୍, ଜଖପୁରା, କଟକ ଓ ଭୁବନେଶ୍ୱର ଷ୍ଟେସନ ମାନଙ୍କରେ ରହଣି କରିବ।

ବାଙ୍ଗିରିପୋଷି-ଖୋର୍ଦ୍ଧାରୋଡ-ବାଙ୍ଗିରିପୋଷି ବିଶେଷ ଟ୍ରେନ (୦୮୦୦୩/୦୮୦୦୪) ୨୪ ତାରିଖ ରାତି ୯ଟା ୩୦ରେ ବାଙ୍ଗିରିପୋଷିରୁ ବାହାରି ପରଦିନ ସକାଳ ୪ଟା ୩୫ରେ ଖୋର୍ଦ୍ଧାରୋଡ୍‌ରେ ପହଞ୍ଚିବ। ଫେରିବା ବାଟରେ ୨୫ ତାରିଖ ରାତି ୧୨ଟା ୫୦ରେ ବାହାରି ପରଦିନ ସକାଳ ୭ଟା ୪୫ରେ ବାଙ୍ଗିରିପୋଷିରେ ପହଞ୍ଚିବ। ଏହି ସ୍ୱତନ୍ତ୍ର ଟ୍ରେନ୍ ରାଜଲୁକା, ଭଞ୍ଜପୁର, ବାରିପଦା, ବେତନଟୀ, ରୁପ୍ସା, ବାଲେଶ୍ୱର, ସୋର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ୍, କଟକ ଓ ଭୁବନେଶ୍ୱର ଷ୍ଟେସନରେ ରହଣି କରିବ।

ସମ୍ବନ୍ଧିତ ଖବର