୨ ନକ୍ସଲ ଗରିଫ

ମାଲକାନଗିରି : ସୀମାନ୍ତ ଛତିଶଗଡର କୋଣ୍ଡାଗାଓଁ ପୁଲିସ ଆଜି ଦୁଇ ଜଣ ନକ୍ସଲକୁ ଗିରଫ କରିଛି। ସୂଚନା ଅନୁଯାୟୀ ଜିଲ୍ଲା ପୁଲିସ, ଏସଟିଏଫ, ଆଟିବିପି ଯବାନ ସର୍ଚ୍ଚ ଅପରେସନ ପାଇଁ ଏହି ଜିଲ୍ଲା ଅନ୍ତର୍ଗତ ରାଜଧାନୀ ପାହାଡ ଜଂଗଲକୁ ଯାଇଥିଲେ। ତେବେ ଦୁଇ ସଂଦିଗ୍ଧ ନକ୍ସଲ ପୁଲିସକୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ। ଯବାନମାନେ ଘେରାବନ୍ଦୀ କରି କାବୁ କରିଥିଲେ। ଏମାନେ ହେଲେ ରାମଧର ସୋରୀ ଏବଂ ପାର୍ବତୀ କୋର୍ରାମ। ଏହି ଦୁଇ ଜଣଙ୍କୁ ପଚରାଉଚରା କରାଯାଇଥିଲା। ଏମାନେ ରଖିଥିବା ନକ୍ସଲ ବ୍ୟାନର, ନକ୍ସଲ ପୁସ୍ତକ, ୧୮ କିଲୋଗ୍ରାମର ଟିଫିନ ବୋମା ଏବଂ ବିଦ୍ୟୁତ ତାର ଜବତ କରାଯାଇଥିଲା। ତେବେ ଏହି ଜିନିଷ ସବୁ କାହିଁକି ରଖିଥିଲ ବୋଲି ପୁଲିସ ପଚାରିବାରୁ ସେମାନେ ରାସ୍ତା କାମରେ ନିୟୋଜିତ ହୋଇଥିବା ଗାଡି ଗୁଡିକକୁ ନିଆଁ ଲଗାଇ ପୋଡିବା ତଥା ପୁଲିସ ପାର୍ଟି ଉପରେ ଆକ୍ରମଣ କରିବା ପାଇଁ ଏହାକୁ ବ୍ୟବହାର କରିବା ପାଇଁ ରଖିଥିଲୁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର