୨୦୦୦ ଟଙ୍କିଆ ନୋଟ୍‌ ବିଡ଼ା ସମେତ ମାଓବାଦୀଙ୍କ ଠାରୁ ଜବତ ହେଲା ନଗଦ ୬ ଲକ୍ଷ, ୨ ଗିରଫ

ମାଲକାନଗିରି: ମାଓବାଦୀଙ୍କଠାରୁ ୩ଟି ୨୦୦୦ ଟଙ୍କିଆ ନୋଟ ବିଡ଼ା ଜବତ ହୋଇଛି। ଏଥିରେ ମୋଟ ୬ ଲକ୍ଷ ଟଙ୍କା ଥିଲା। ବ୍ୟାଙ୍କରେ ଜମା ହେବାକୁ ଯାଉଥିବା ବେଳେ ୬ ଲଷ ଟଙ୍କା ନଗଦ ଜବତ ହୋଇଛି। ଏଥି ସହିତ ମାଓବାଦୀଙ୍କ ନାଁରେ ଥିବା ବିଭିନ୍ନ ବ୍ୟାଙ୍କର ୧୧ଟି ପାସ୍‌ବୁକ୍‌ ଜବତ ହୋଇଛି। ଏହି ଘଟଣାରେ ପୁଲିସ ଜଣେ ଆଦିବାସୀ ନେତା ଓ ଜଣେ ମାଓ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଜେନ୍ଦ୍ର ମାଣ୍ଡବୀ ଓ ଲକ୍ଷ୍ମଣ କୁଞ୍ଜାମ। ସାମ୍ବାଦିକ ସମ୍ମିଳନୀରେ ଛତିଶଗଡ଼ର ବିଜାପୁର ଏସପି ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ବିଜାପୁର ଥାନା ଏବଂ ଡିଆରଜିର ଯବାନମାନେ ମହାଦେବଘାଟକୁ ଯିବା ଆସିବା କରୁଥିବା ବାହନ ତଦନ୍ତ କରୁଥିଲେ। ଏହି ସମୟରେ ବାଇକ ଆରୋହୀ ୨ ଜଣ ବ୍ୟକ୍ତି ପହଞ୍ଚି ଥିଲେ। ଏମାନେ ପୁଲିସକୁ ଦେଖି ଭୟରେ ପଳାୟନ କରୁଥିଲେ। ମାତ୍ର ଯବାନମାନେ ସେମାନଙ୍କୁ ଗୋଡେଇ ଗୋଡେଇ ଧରିଥିଲେ। ପଚରାଉଚରା ବେଳେ ଯୁବକ ଦ୍ବୟ ସେମାନଙ୍କର ନାମ ଗଜେନ୍ଦ୍ର ମାଣ୍ଡବୀ (୨୩) ଓ ଲକ୍ଷ୍ମଣ କୁଞ୍ଜାମ ବୋଲି କହିଥିଲେ। ଉଭୟ ବାସାଗୁଡ଼ା ଥାନା ଅଞ୍ଚଳର ବୋଲି ପୁଲିସ କହିଛି। ପୁଲିସ ମାମଲା ରୁଜୁ କରିବା ସହିତ କହିଛି ଅଭିଯୁକ୍ତ ଦ୍ବୟଙ୍କ ଠାରୁ ଜବତ ହୋଇଥିବା ୬ ହଜାର ଟଙ୍କା ଆଦିବାସୀ ନେତା ମଲ୍ଲେଶର ବୋଲି ଜାଣିବାକୁ ପାଇଛି।

 

ସମ୍ବନ୍ଧିତ ଖବର