ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର,୨ ଦୁର୍ଦାନ୍ତ ନକ୍ସଲ ନିହତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଲିସକୁ ମିଳିଛି ବଡ଼ ସଫଳତା। ପୁଲିସ ଏନକାଉଣ୍ଟରରେ ଦୁଇଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ମାଓବାଦୀଙ୍କ ଗତିବିଧା ସମ୍ପର୍କରେ ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ମନକାପାଲ ନିକଟସ୍ଥ ଜଙ୍ଗଲରେ କରିଥିଲେ ସର୍ଚ୍ଚ ଅପରେସନ କରୁଥିଲେ। ଯବାନଙ୍କୁ ଦେଖି ନକ୍ସଲ ଆଖିବୁଜା ଗୁଳି ଚଳାଇବାରୁ ଯବାନମା‌ନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ପ୍ରାୟ ୨୫ ମିନିଟ ଧରି ଗୁଳି ବିନିମୟ ହୋଇଥିଲା। ଗୁଳିବିନିମୟର ସାମ୍ନା କରି ନପାରି ପଛଘୁଞ୍ଚା ଦେବା ସହ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ ମାଓବାଦୀ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଯବାନ ଦୁଇ ଜଣ ମାଓବାଦୀଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ମୃତ ଦୁଇ ମାଓବାଦୀ ହେଲେ ମଲାଙ୍ଗିର ଏଲଜିଏସ କମାଣ୍ଡର ଗୁଣ୍ଡାଧୁର ଓରଫ ସୋଡି କେସା। ଅନ୍ୟ ଜଣେ ହେଲେ ପ୍ଲାଟୁନ ସଦସ୍ୟ ଆଇତୁ। ଗୁଣ୍ଡାଧୁର ନାମରେ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ସେହିପରି ଆଇତୁ ନାମରେ ସରକାର ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳରୁ ବନ୍ଧୁକ ସହ ବହୁ ଅସ୍ତ୍ରଶସ୍ତ୍ର ଏବଂ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଥିବା କହିଛି।

ସମ୍ବନ୍ଧିତ ଖବର