ମହିଳା କ୍ୟାଡରଙ୍କ ସମେତ ୨ ମାଓବାଦୀଙ୍କ ଆତ୍ମସର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଛତିଶଗଡ଼ର ଦନ୍ତେଵାଡା ଜିଲ୍ଲା ପୁଲିସ ନିକଟରେ ୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯଅୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି କମଳ ଲୋଚନ କଶ୍ୟପଙ୍କ ସମ୍ମୁଖରେ ଏହି ଦୁଇ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୁଲିସ ତରଫରୁ ଘରକୁ ଫେରିଆସ ଯୋଜନାରେ ପ୍ରଭାବିତ ହୋଇ ଏମାନେ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା କହିଛନ୍ତି। ଲଗାତାର ନକ୍ସଲ ଦମନ ନେଇ ଚଢାଉ ହେବା ସହ ଗାଁ ଗାଁରେ ପୁଲିସ ଲୋକଙ୍କ ସହାୟତାରେ ନକ୍ସଲମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଆସୁଛନ୍ତି।

ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଜଗା କାରତାମ(୩୬) ଏବଂ ମୁନ୍ନି ଓରଫ ଡେଙ୍ଗୀ(୨୦)। ଏମାନେ କଟେକଲ୍ୟାଣ ଓ ଭେରମଗଡ ଡିଭିଜନ କମିଟର ସଦସ୍ୟ ଥିଲେ।ବହୁ ହିଂସାରେ ଏମାନେ ସାମିଲ ଥିବା ପୁଲିସ କହିଛି। ପୁଲିସ ଉପରେ ଆକ୍ରମଣ କରିବା, ଲ୍ୟାଣ୍ଡମାଇନ ଖଞ୍ଜିବା, ରାସ୍ତା ଖୋଳିବା, ଲୋକଙ୍କୁ ମାରପିଟ କରିବା ଭଳି ସଂଗୀନ ଅଭିଯୋଗ ରହିଛି। ତେବେ ଆତ୍ମସମର୍ପଣ ପରେ ପୁଲିସ ଏମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଆତ୍ମନିର୍ଭରଶୀଳ କରିବା ପାଇଁ ସମସ୍ତ ସୁବିଧା ଯୋଗାଇବ ବୋଲି କହିଛି।

ସମ୍ବନ୍ଧିତ ଖବର