ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଜିଲ୍ଲାର ଦୁରଦା ଏବଂ ଜାପେଲି ଜଙ୍ଗଲରେ ନକ୍ସଲ ସଂଗଠନର ପ୍ଲାଟୁନ ନମ୍ବର ୧୧ ଏବଂ ୧୨ର ନକ୍ସଲମାନେ କ୍ୟାମ୍ପ କରି ରହିଛନ୍ତି। ତୁରନ୍ତ ୨୨୨ ଡିଆରଜି ବାଟାଲିୟନର ଯବାନ ସେହି ଅଂଚଳକୁ କୁମ୍ବିଂ କରିବା ପାଇଁ ଯାଇଥିଲେ।
ତେବେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା। ଏହି ଘଟଣାରେ ୨ ଜଣ ମହିଳା ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପୁଲିସ ଯାଞ୍ଚ କରିବା ପରେ ୩ଟି ବନ୍ଧୁକ ସହ ବିସ୍ଫୋରକ ଜବତ କରାଯାଇଥିଲା। ଏଥିସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଥିବା ପୁଲିସ କହିଛି। ପୁଲିସ ଦୁଇ ମୃତ ମହିଳା ମାଓବାଦୀଙ୍କୁ ଚିହ୍ନଟ କରୁଛି। ନକ୍ସଲ ଏବେ ମଧ୍ୟ ବିଜାପୁର ଅଂଚଳରେ ନିଜର ଦବଦବା ଜାହିର କରିଛନ୍ତି। ପୁଲିସ ତରଫରୁ ଘନ ଘନ ଚଢାଉ କରାଯାଇ ନକ୍ସଲଙ୍କୁ ବେକଫୁଟକୁ ଯିବାକୁ ବାଧ୍ୟ କରୁଛି।କିନ୍ତୁ ନକ୍ସଲ ମଧ୍ୟ ପୁଲିସର ସମସ୍ତ ଚାଲକୁ ଜାଣିବା ସହ ହିଂସା ଘଟାଇବାରେ ସଫଳ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Naxals.jpg)