ମାଲକାନଗିରି: ମାଲକାନଗିରି ଜିଲ୍ଲା ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଥଇଥାନ ପୁନର୍ବାସ ନୀତିରେ ପ୍ରଭାବିତ ହୋଇ ଏହି ନକ୍ସଲମାନେ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ଏସପି ପ୍ରକାଶ କରିଛନ୍ତି। ଗୋଲାପାଲୀ ଥାନା ଅଂଚଳରେ ଲଗାତାର କୋବ୍ରା ବାଟାଲିୟନର ଯବାନମାନେ କୁମ୍ବିଂ କରିବା ଫଳରେ ନକ୍ସଲ ଏକ ପ୍ରକାର ଭୟଭିତ ହୋଇପଡିଛନ୍ତି। ଏହି ଅଂଚଳର ନକ୍ସଲମାନେ ଜୀବନ ବିକଳରେ ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ତେବେ ପ୍ରଶାସନ ତରଫରୁ ଏମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ଭୀମେ ଏବଂ ଆଇତେ। ଏମାନେ ଗୋଲାପାଲୀ ଅଂଚଳରେ ସକ୍ରିୟ ଥିବା ପୁଲିସ କହିଛି।