ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ସମୟରେ ଦୁଇଜଣ ନକ୍ସଲଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି। ସ୍ୱାଭିମାନ ଅଞ୍ଚଳର ଗଜଲମାମୁଡ଼ି ପଞ୍ଚାୟତର ଅଳମପକା ଏବଂ ସିଗାଭରାମ ନିକଟରେ ଗୁଳିବିନିମୟ ଚାଲିଥିବା ଜଣାଯାଇଛି। ବିଏସଏଫ, ଏସଓଜି ଓ ଡିଭିଏଫ ପକ୍ଷରୁ ମିଳିତ ଅପରେସନ ହୋଇଛି। ସର୍ଚ୍ଚ ଅପରେସନ୍ ବେଳେ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ହୋଇଛି ।
ମୃତ ନକ୍ସଲଙ୍କ ଚିହ୍ନଟ ଚାଲିଛି। ଦୁଇ ମୃତ ନକ୍ସଲ ଛତିଶଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି।ମୃତକଙ୍କ ମଧ୍ୟରୁ ଜଣେ ମହିଳା ଓ ଜଣେ ପୁରୁଷ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/12-8.jpg)