ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ସହ ଗୁଳି ବିନିମୟରେ ୨ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ବିଜାପୁର ଏସପି ମୋହିତ ଗର୍ଗଙ୍କ କହିବା ଅନୁଯାୟୀ ୨୦୪ କୋବ୍ରା ବାଟାଲିୟନର ଯବାନ ଏବଂ ଜିଲ୍ଲା ପୋଲିସ ମିଳିତ ସର୍ଚ୍ଚ ଅପରେସନରେ ବାହାରିଥିଲେ। କାବଡାଗାଁ ନିକଟରେ ନକ୍ସଲମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଫଳରେ ପ୍ରାୟ ୩୦ ମିନିଟ ଧରି ଗୁଳି ବିନିମୟ ଘଟିଥିଲା।

Advertisment

publive-imageଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଜଣେ ମହିଳା ମାଓବାଦୀ ସମେତ ଦୁଇ ଜଣ ମାଓବାଦୀଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା। ଏଥିସହ ଗୋଟିଏ ୩୦୩ ବନ୍ଧୁକ,ଗୋଟିଏ ଭରମାର ଏବଂ ଗୋଟିଏ ଦେଶୀ ବନ୍ଧୁକକୁ ଜବତ କରାଯାଇଥିଲା। ୨ନକ୍ସଲଙ୍କ ଶବକୁ ଜିଲ୍ଲା କାର୍ଯ୍ୟାଳୟକୁ ଅଣାଯାଉଛି। ଦୁଇ ନକ୍ସଲଙ୍କ ଚିହ୍ନଟ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

ସେହିପରି ୧୬୮ ସିଆରପିଏଫ ଯବାନ କମ୍ବିଂ କରୁଥିବା ବେଳେ ବାସାଗୁଡା ଥାନା ଅଂଚଳରୁ ତିନୋଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଥିଲେ। ଏହି ଲ୍ୟାଣ୍ଡ ମାଇନ୍‌ଗୁଡ଼ିକର ଓଜନ୧୫ କିଲୋ,୯ କିଲୋ ଏବଂ ୫ କିଲୋ ରହିଥିଲା। ଏହାକୁ ଘଟଣାସ୍ଥଳରେ ହିଁ ନିଷ୍କ୍ରିୟ କରାଯାଇଥିଲା।