୨ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ସୀମାନ୍ତ ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ୍‌ ଜିଲ୍ଲା ଏସପି ରାହୁଲଦେବ ଶର୍ମାଙ୍କ ନିକଟରେ ଦୁଇ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କିଶୋର(୨୨) ଏବଂ ସିନ୍ଦ୍ରି ସୋଭନ (୩୭)। ଏହି ଦୁଇ ନକ୍ସଲ ଗୋଲିକୋଣ୍ଡା ଏରିଆ କମିଟିର ସଦସ୍ୟ ଥିଲେ। ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା, ପ୍ରଜାକୋର୍ଟ କରି ନୀରିହ ଲୋକଙ୍କୁ ମାରପିଟ କରିବା, ପୁଲିସ ଉପରେ ଗୁଳି ଚଲାଇବା, ବୋମା ବିସ୍ଫୋରଣ କରିବା, ଅପହରଣ କରିବା ଭଳି ବହୁ ସଂଗୀନ ମାମଲା ସେମାନଙ୍କ ନାମରେ ରହିଥିବା ପୁଲିସ କହିଛି। କିଶୋର ନାମରେ ଆନ୍ଧ୍ର ପ୍ରଦେଶ ସରକାର ୪ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଆତ୍ମସମର୍ପଣ ପରେ ଏହି ଦୁଇ ଜଣ ନକ୍ସଲଙ୍କୁ ଆତ୍ମନିର୍ଭରଶୀଳ ନିୟମ ଅନୁଯାୟୀ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର