କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୨ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮୫କୁ ବୃଦ୍ଧି

ଅନ୍ୟ ହଟସ୍ପଟ ଜିଲ୍ଲାରୁ ଆସିଲେ ୧୪ ଦିନ ଗୃହସଙ୍ଗରୋଧରେ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଏହି ୨ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୫ରେ ପହଞ୍ଚିଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜଣେ ଦିଲ୍ଲୀ ଫେରନ୍ତା ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ତାଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା । ସଙ୍ଗରୋଧ ସରିଲା ପରେ ଘରେ ଆଇସିୟୁଲେସନରେ ଥିଲେ । ଆଜି ତାଙ୍କ ସ୍ୱାବ ପଜିଟିଭ ଆସିବା ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଭବାନୀପାଟଣା ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିଭଳି ଜଣେ କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ତାଙ୍କ ସ୍ୱାବ ମଧ୍ୟ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ଆଜି ତାଙ୍କ ସ୍ୱାବ ମଧ୍ୟ ପଜିଟିଭ ଆସିବା ପରେ ତାଙ୍କୁ ମଧ୍ୟ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଜି ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାୟୀ ଜଣେ ବ୍ୟକ୍ତି କୌଣସି ହଟସ୍ପଟ ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲାକୁ ଆସିଥାନ୍ତି ତାହେଲେ ସେ ବ୍ୟକ୍ତି ନିଶ୍ଚିତ ଭାବରେ ୧୪ ଦିନ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଆୟୁସିଇଲେସନ ସଙ୍ଗରୋଧରେ ରହିବେ ଏବଂ ଏହାକୁ ସରପଞ୍ଚମାନେ ଦେଖାଶୁଣା କରିବେ ବୋଲି ଆଜି ଜିଲ୍ଲାପାଳ ଡ଼ା. ଗଭାଲି ପରାଗ ହର୍ଷଦ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର