ଦୁଇ ଓଏଏସ୍‌ ଅଫିସର୍‌ଙ୍କ ବଦଳି

ଭୁବନେଶ୍ବର : ଦୁଇ ଜଣ ଓଏଏସ୍‌ ଅଫିସର୍‌ଙ୍କର ଆଜି ବଦଳି ହୋଇଛି। ବେଗୁନିଆର ତହସିଲ୍‌ଦାର ବିବେକାନନ୍ଦ ପରିଡ଼ାଙ୍କୁ କଟକ ଡେପୁଟି କଲେକ୍ଟର୍‌(ରାଜସ୍ବ) ଭାବେ ବଦଳି କରାଯାଇଛି। ବେଗୁନିଆ ତହସିଲ୍‌ଦାର ଭାବେ ଖୋର୍ଦ୍ଧା ଡେପୁଟି କଲେକ୍ଟର୍‌ ପୃଥ୍ବୀରାଜ ମଣ୍ଡଳଙ୍କୁ ନିଯୁକ୍ତି ଦିଆଯାଇଛି। ରାଜସ୍ବ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧିତ ଖବର