ପୁଲଓ୍ଵାମାରେ ସଂଗଠିତ ଆତଙ୍କବାଦୀ ଆକ୍ରମଣରେ ଦୁଇ ଓଡ଼ିଆ ଯବାନ୍‌ ସହିଦ୍‌

ଭୁବନେଶ୍ୱର: ଗତକାଲି ଜମ୍ମୁ-କାଶ୍ମୀରର ପୁଲଓ୍ଵାମାଠାରେ ସଂଗଠିତ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ୩୭ଜଣ ଜବାନ୍‌ ସହିଦ୍‌ ହୋଇଥିବା ଜଣାଯାଇଛି। ହେଲେ ସେମାନଙ୍କ ଭିତରେ ଦୁଇଜଣ ଓଡ଼ିଆ, ଯବାନ୍‌ ମଧ୍ୟ ଅଛନ୍ତି। ଏହି ଦୁଇ ଯବାନଙ୍କ ମଧ୍ୟରୁ ଜଣେ ଜଗତସିଂହପୁର ଜିଲ୍ଲାର ଓ ଆରଜଣକ ହେଲେ କଟକ ଜିଲ୍ଲାର। ଜଗତସିହପୁର ଜିଲ୍ଲାର ନୂଆଗାଆଁର ଯେଉଁ ଯୁବ ଯବାନ୍‌ ସହିଦ୍‌ ହୋଇଛନ୍ତି, ତାଙ୍କ ନାଆଁ ହେଲା ପ୍ରସନ୍ନ କୁମାର ସାହୁ।

ଅପର ପକ୍ଷରେ ସହିଦ୍‌ ହୋଇଥିବା ମନୋଜ କୁମାର ବେହେରାଙ୍କ ଘର କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଥିବା ରତନପୁର ଗ୍ରାମରେ ବୋଲି ଜଣାଯାଇଛି। ଜୟପୁରରେ ଅବସ୍ଥାନ କରୁଥିବା ମନୋଜଙ୍କ ଭିଣୋଇ ଏ ସଂପର୍କରେ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସହିଦ୍‌ ମନୋଜ ୨୦୦୬ରେ ସି ଆର ପି ଏଫ୍‌ରେ ଯୋଗ ଦେଇଥିଲେ। ସେ ଗତ ସପ୍ତାହରେ ଛୁଟି ନେଇ ଗାଆଁକୁ ଆସିଥିଲେ, ସହିଦ୍‌ ମନୋଜଙ୍କ ମୃତ୍ୟୁ ଖବର ପାଇ ରତନପୁର ଗାଆଁରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର