ଓଡ଼ିଶା ପାଇଁ ଗର୍ବର ବିଷୟ, ଭାରତୀୟ ନୋଟରେ ଦୁଇ ଓଡ଼ିଆଙ୍କ ସ୍ୱାକ୍ଷର ରହିବ

ନୂଆଦିଲ୍ଲୀ : ଭାରତୀୟ ମୁଦ୍ରାରେ ଏବେ କେବଳ ଦୁଇଜଣ ଓଡ଼ିଆଙ୍କ ସ୍ୱାକ୍ଷର ରହିବ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । କାରଣ ଭାରତ ସରକାର ନିକଟ ଭବିଷ୍ୟତରେ ଏକ ଟଙ୍କିକିଆ ନୋଟ ଜାରି କରିବେ । କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ଏହି ନୂଆ ନୋଟକୁ ମୁଦ୍ରଣ କରାଯିବ । ପ୍ରଚଳିତ ପରମ୍ପରା ଅନୁସାରେ ଟଙ୍କିକିଆ ନୋଟକୁ ଅର୍ଥମନ୍ତ୍ରାଳୟ ଛପାଏ । ଅନ୍ୟ ନୋଟ ଗୁଡ଼ିକ ରିଜର୍ଭ ବ୍ୟାଙ୍କ ଦ୍ୱାରା ମୁଦ୍ରିତ ହୋଇ ଜାରି କରାଯାଏ ।


ଅର୍ଥମନ୍ତ୍ରାଳୟ ପକ୍ଷରୁ ଛପାଯିବାକୁ ଥିବା ଟଙ୍କିକିଆ ନୋଟରେ କେନ୍ଦ୍ର ଅର୍ଥ ସଚିବଙ୍କ ସ୍ୱାକ୍ଷର ରହିଥାଏ । ଗତକାଲି ଦେବାଶିଷ ପଣ୍ଡାଙ୍କୁ କେନ୍ଦ୍ର ସରକାରଙ୍କ ନୂଆ ଅର୍ଥ ସଚିବ ନିଯୁକ୍ତ କରିଛନ୍ତି । ଏଣୁ ଆସିବାକୁ ଥିବା ନୂଆ ଟଙ୍କିକିଆ ନୋଟରେ ଶ୍ରୀ ପଣ୍ଡାଙ୍କ ସ୍ୱାକ୍ଷର ରହିବ ।

moneycontrol.com

ସେହିପରି ଟଙ୍କିଙ୍କିଆ ନୋଟ ଛଡ଼ା ଅନ୍ୟ ନୋଟଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଛପାଏ । ଏସବୁ ନୋଟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସ୍ୱାକ୍ଷର ରହିଥାଏ । ଏବେ ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଅଛନ୍ତି, ଯିଏକି ଜଣେ ଓଡ଼ିଆ । ଏଣୁ ଏବେ ଆସୁଥିବା ନୋଟଗୁଡ଼ିକରେ ଶ୍ରୀ ଦାସଙ୍କ ସ୍ୱାକ୍ଷର ରହୁଛି ।
ଏଣୁ ବଜାରକୁ ନୂଆ ଟଙ୍କିକିଆ ନୋଟ ଆସିବା ପରେ ଭାରତୀୟ ନୋଟ ଗୁଡ଼ିକରେ ଦୁଇଜଣ ଓଡ଼ିଆଙ୍କ ଦସ୍ତଖତ ରହିବ । ଓଡ଼ିଶା ପାଇଁ ଏକ ଗୌରବର କଥା ।

ସମ୍ବନ୍ଧିତ ଖବର