ଭଞ୍ଜନଗର : ଗଞ୍ଜାମ-କନ୍ଧମାଳ ସୀମାନ୍ତ ଭଞ୍ଜନଗର ବ୍ଲକ୍ ବ୍ରାହ୍ମଣପଦର ପଞ୍ଚାୟତ ନାରିଗୋଚ୍ଛା ଗ୍ରାମର ଉପରମୁଣ୍ଡରେ ଆଜି ପ୍ରବଳ ବର୍ଷା ଲାଗି ରହିଥିଲା। ଏହି ସମୟରେ ଆଜି ରାତିରେ ବାଇକ୍ରେ ଗାଲେରୀ ଅଭିମୁଖେ ଆସୁଥିବା ଦମ୍ପତି ଓ ସେମାନଙ୍କ ଛୋଟଶିଶୁ ରାସ୍ତା ଉପର ନାଳର ପ୍ରଖର ସୁଅରେ ଭାସିଯାଇଥିଲେ। ତେବେ ଗଛର ଡାଳକୁ ଧରି ସ୍ବାମୀ ନିଜର ଜୀବନ ବଞ୍ଚାଇପାରିଥିବା ବେଳେ ପତ୍ନୀ ଓ ଶିଶୁ ଏଯାବତ୍ ନିଖୋଜ ଅଛନ୍ତି।
ଚିଙ୍ଗୁଡ଼ିଝୋଳା ଗ୍ରାମର ରଞ୍ଜିତ ନାୟକ ଆଜି ରାତିରେ ତାଙ୍କ ପତ୍ନୀ ଓ ଶିଶୁକୁ ଧରି ନିଜ ଗାଁରୁ ବାଇକ୍ରେ ଗାଲେରୀ ଆସୁଥିଲେ। ଏହି ସମୟରେ ନାରିଗୋଚ୍ଛା ଗ୍ରାମ ନିକଟ ରାସ୍ତା ଉପର କଲଭର୍ଟରେ ଦୁଇରୁ ତିନିଫୁଟ ଉଚ୍ଚରେ ହଠାତ୍ ପାଣି ଆସିଯାଇଥିଲା। ସମସ୍ତେ ବାଇକ୍ ସହ ଭାସିଯାଇଥିଲେ। ତେବେ ରଞ୍ଜିତ ଏକ ଗଛର ଡାଳକୁ ଧରି ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ଗାଲେରୀ ଫାଣ୍ଡି ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ତେବେ ପତ୍ନୀ ଓ ଶିଶୁଙ୍କୁ ଠାବ କରିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମେଡିକାଲ୍ ଟିମ୍ ମଧ୍ୟ ପହଞ୍ଚିଥିବା ସରପଞ୍ଚ ବନମାଳୀ ଗୌଡ଼ ସୂଚନା ଦେଇଛନ୍ତି। ସେହିପରି ଦଦରାଲୁଣ୍ଡା ଗ୍ରାମର ସୁବାସ ରଣା ଓ ସୂର୍ଯ୍ୟ ନାୟକଙ୍କ ଘର ମଧ୍ୟ ଭାଙ୍ଗିଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/drawn.jpg)