ବ୍ରହ୍ମପୁର: ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ସାରା ବିଶ୍ବ ଇସ୍ରୋ ବୈଜ୍ଞାନିକଙ୍କ ପ୍ରଶଂସାରେ ଶତମୁଖ। ଏହି ବୈଜ୍ଞାନିକଙ୍କ ମଧ୍ୟରେ ରହିଛନ୍ତି ବ୍ରହ୍ମପୁରର ଦୁଇ ଓଡ଼ିଆ ପୁଅ। ଜଣେ ହେଲେ ଗୋଦାବରୀଶନଗରର ଅବସରପ୍ରାପ୍ତ ଅଧ୍ୟାପକ ଡା. ଲଳିତ ମୋହନ ମହାପାତ୍ରଙ୍କ ପୁଅ ଦେବାଶିଷ ମହାପାତ୍ର ଏବଂ ଅନ୍ୟ ଜଣେ ହେଲେ ଖାସ୍ପା ସାହିର ଅବସରପ୍ରାପ୍ତ ଷ୍ଟେଟ୍ବ୍ୟାଙ୍କ କର୍ମଚାରୀ କେ.ଭେଙ୍କଟରମଣ ଆଚାରୀଙ୍କ ପୁଅ କେ.ନାଗରାଜୁ।
ଚନ୍ଦ୍ରଯାନ-୩ର ସଫଳତାରେ ଦୁହିଁଙ୍କ ଅବଦାନକୁ ନେଇ ସେମାନଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ବଜନ ଗର୍ବ ଅନୁଭବ କରିବା ସହ ଖୁସି ବ୍ୟକ୍ତ କରିଛନ୍ତି। ଦେବାଶିଷ କୋଲକାତାର ଯାଦବପୁର ବିଶ୍ବବିଦ୍ୟାଳୟରୁ ଏମ୍.ଟେକ୍ ପରେ ୨୦୦୬ରେ ଇସ୍ରୋର ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କୁ ୨୦୦୮ରେ ଶ୍ରେଷ୍ଠ ବୈଜ୍ଞାନିକ ଭାବେ ଇସ୍ରୋ ପୁରସ୍କୃତ କରିଥିଲା। ସେହିପରି କେ. ନାଗରାଜୁ ନୂଆଦିଲ୍ଲୀରୁ ଏମ୍.ଟେକ୍ ପରେ ୨୦୧୭ରେ ଇସ୍ରୋର ବୈଜ୍ଞାନିକ ଭାବେ ନିଯୁକ୍ତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/564654gdjgjgjdj.jpg)