ପୁଣି ୨ ଓଟିଏମ୍ ଶ୍ରମିକ ମୃତ

ଚୌଦ୍ୱାର : ଚୌଦ୍ୱାର ଓଟିଏମ୍‌ରେ କାର୍ଯ୍ୟ କରୁଥିବା ଆଉ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଗତ ୧୦ ଦିନ ମଧ୍ୟରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଏକଦା ରାଜ୍ୟର ଏକ ପ୍ରମୁଖ ଶିଳ୍ପସଂସ୍ଥା ଥିଲା ଓଟିଏମ୍‌। ଗତ ୨୦ ବର୍ଷ ତଳେ ଏହା ବନ୍ଦ ହେବା ପରଠାରୁ ଏଥିରେ କାର୍ଯ୍ୟରତ ଶ୍ରମିକଙ୍କର ଦୁଃଖଦୁର୍ଦ୍ଦଶା ବଢ଼ିଯାଇଛି। ବହୁ ଶ୍ରମିକ ଭୋକଉପବାସରେ କାଳାତିପାତ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଅଭାବ ଓ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବାବେଳେ ଆଉ କେତେଜଣ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଶ୍ରମିକଦ୍ବୟ ହେଲେ ଓଟିଏମ୍ କଲୋନି ୧୨ନଂ ୱାର୍ଡର ପି. ଚନ୍ଦ୍ରାରାଓ (୬୫) ଓ ବରିଷ୍ଠ କର୍ମଚାରୀ ଭରତ ଚନ୍ଦ୍ର ସାହୁ (୭୯)। ଚନ୍ଦ୍ରାରାଓ ଓଟିଏମ୍‌ ଚାଲିଥିବା ବେଳେ ସାଇଜିଂ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ଭରତ ଚନ୍ଦ୍ର ସାହୁ ବରିଷ୍ଠ କର୍ମଚାରୀ ଥିଲେ। ସେ ଚୌଦ୍ବାର ଗ୍ରାମର ବାସିନ୍ଦା ଥିଲେ। ଗତ ୮ତାରିଖରୁ ଆଜି ଭିତରେ ସମୁଦାୟ ୬ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର