ଝାରସୁଗୁଡ଼ା : ଚଳିତ ମାସ ୩୧ ତାରିଖ ସୁଦ୍ଧା ପାଇଖାନା ନିର୍ମାଣ କାର୍ଯ୍ୟ ଯେନତେନ ପ୍ରକାରେ ସଂପୂର୍ଣ୍ଣ କରିବାକୁ ପଡ଼ିବ। ଜିଲ୍ଲାକୁ ସଂପୂର୍ଣ୍ଣ ବାହ୍ୟ ମଳ ଘୋଷଣା କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସେଥି ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଉପରେ ଚାପ ବୃଦ୍ଧି ପାଇଛି। ପୂର୍ବରୁ ଗତ ୨୦୧୭ ଡିସେମ୍ବର ମାସରେ ଜିଲ୍ଲାକୁ ବାହ୍ୟ ମଳମୁକ୍ତ ଜିଲ୍ଲା ଘୋଷଣା କରାଯିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ତାହା ବିଫଳ ହୋଇଥିଲା। ଜିଲ୍ଲାର ୫ଟି ବ୍ଲକର ୭୮ ପଞ୍ଚାୟତରେ ୩୪୯ ଗାଁ ରହିଛି। ୨୦୧୧ ସର୍ଭେ ଅନୁସାରେ ୮୧୨୮୨ ପରିବାରଙ୍କୁ ପାଇଖାନା ଯୋଗାଇକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ଚଳିତ ମାସ ସୁଦ୍ଧା ୬୮ ହଜାର ପରିବାରଙ୍କ ପାଇଁ ପାଇଖାନା ତିଆରି ସରିଛି। ମାସ ପୂରିବାକୁ ଆଉ ମାତ୍ର ୭ ଦିନ ବାକି ଥିବାରୁ ବାକି ଥିବା ପାଇଖାନା ନିର୍ମାଣ ସଂପୂର୍ଣ୍ଣ ନେଇ ସଂଦେହ ସୃଷ୍ଟି ହୋଇଛି। ଏପଟେ ଜିଲ୍ଲାପାଳ ଓ ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଘନ ଘନ ଗସ୍ତ କରି ଯୋଜନାର ସମୀକ୍ଷା କରୁଛନ୍ତିି। ଶନିବାର ଜିଲ୍ଲାପାଳ କାର୍ଯ୍ୟରେ ଅବହେଳା ଓ ଦାୟିତ୍ୱହୀନତା ଅଭିଯୋଗେରେ ଦୁଇ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସତ୍ୟନାରାୟଣ ଦାଶଙ୍କ କହିବାନୁସାରେ ଜିଲ୍ଲାପାଳଙ୍କ ପରିଦର୍ଶନ ବେଳେ ଗ୍ରାମୀଣ ଆବାସ ଯୋଜନା ଏବଂ ସ୍ୱଚ୍ଛ ଭାରତ ମିସନ ଅନ୍ତର୍ଗତ ପାଇଖାନା ନିର୍ମାଣ ତଦାରଖରେ କିରମିରା ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଧାନ କିଷାନ ଓ ଅର୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ଭୋପାଳ ଜୟପୁରିଆ କାର୍ଯ୍ୟରେ ଅବହେଳା କରିଥିବା ନଜରକୁ ଆସିଥିଲା। ତେଣୁ ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିଛନ୍ତି। ଆହୁରି ମଧ୍ୟ ଜିଲ୍ଲାର ୩ ଜଣ ଗ୍ରାମ ପଞ୍ଚାୟତ ଟେକନିକାଲ ଆସିଷ୍ଟାଣ୍ଟ (ଜିପିଟିଏ) ଏବଂ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ବିହିତ କାଯ୍ୟାର୍ନୁଷ୍ଠାନ ନିମନ୍ତେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ସୁପାରିସ କରିଥିବା ଶ୍ରୀ ଦାଶ କହିଛନ୍ତି।
କାର୍ଯ୍ୟରେ ଅବହେଳା : ୨ ପିଇଓ ନିଲମ୍ବିତ
/sambad/media/post_attachments/wp-content/uploads/2018/03/vv-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)