ଛତ୍ରପୁର: ଗଞ୍ଜାମ ଥାନା ଅନ୍ତର୍ଗତ ତେଲୁଗୁ ନୁଆଗାଁ ନିକଟରେ କିଛି ଜଣ ବ୍ୟକ୍ତି ଦୁଇ ଜଣକୁ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
ଆକ୍ରମଣର ଶିକାର ହୋଇଥିବା ଦୁଇ ବ୍ୟକ୍ତି ହେଉଛନ୍ତି ତେଲୁଗୁ ନୂଆଗାଁର ରିଙ୍କି ବେହେରା ଓ ଅଗସ୍ତି ନୂଆ ଗାଁର ଭୀମ ତରେଇ। ରିଙ୍କି ବେହେରାଙ୍କର କିଛି ପିଲାଙ୍କ ସହ ଝଗଡା ହୋଇଥିଲା।
ଅଧିକ ପଢ଼ନ୍ତୁ: ଲଘୁଚାପ: ଆଗାମୀ ତିନି ଦିନ ଓଡ଼ିଶାରେ ପ୍ରବଳ ବର୍ଷା ପୂର୍ବାନୁମାନ
ଏନେଇ ରିଙ୍କି ଗଞ୍ଜାମ ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ। ସେଠାରୁ ସେ ଭୀମଙ୍କ ସହିତ ଘରକୁ ଫେରୁଥିବା ବେଳେ ଉଭୟଙ୍କୁ ରିଙ୍କିଙ୍କ ଘର ସମ୍ମୁଖରେ କିଛି ବ୍ୟକ୍ତି ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଆହତ ଦୁଇ ଜଣକୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲ ପଠାଇଥିଲେ।
ଅଧିକ ପଢ଼ନ୍ତୁ: କୋଭିଡ ଟୀକା ଓ ହୃଦଘାତ ମୃତ୍ୟୁ ମଧ୍ୟରେ କୌଣସି ପ୍ରତ୍ୟକ୍ଷ ସଂପର୍କ ନାହିଁ : ଆଇସିଏମଆର-ଏମ୍ସ ରିପୋର୍ଟ
ganjam | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/02/two-people-attacked-with-swords-admitted-to-hospital-for-treatment-in-critical-condition-2025-07-02-11-09-45.jpg)