ବଜ୍ରପାତରେ ୨ ମୃତ, ଜଣେ ଗୁରୁତର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ୍‌ ବର୍ଡାକଟା ଗ୍ରାମରେ ବଜ୍ରପାତରେ ୨ କେନ୍ଦୁପତ୍ର ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବହଳପଦର ଗାଁର ତ୍ରିଲୋଚନ ରଣା (୩୦) ଓ ରେଢ଼ାଖୋଲ ଅଞ୍ଚଳର ବାସନ୍ତୀ ମୁଣ୍ଡା (୪୦)। ଏଥିରେ ବର୍ଡାକଟା ଗାଁର ସମାରୁ ମୁଣ୍ଡା (୩୪) ଗୁରୁତର ହୋଇଛନ୍ତି। ସୋମବାର ଅପରାହ୍ନ ୪ଟାରେ ବଜ୍ରପାତ ହୋଇଥିଲା। ଫଡ଼ିରେ କେନ୍ଦୁପତ୍ର ବାନ୍ଧୁଥିବା ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ବନ ବିଭାଗ ଗାଡ଼ିରେ ବୀରମହାରାଜପୁର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ତ୍ରିଲୋଚନ ଓ ବାସନ୍ତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସମାରୁଙ୍କୁ ପ୍ରାଥମିକ ଚିକିତ୍ସା ପରେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର