ଝାରସୁଗୁଡା: ଗତ କିଛି ମାସ ମଧ୍ୟରେ ଝାରସୁଗୁଡା ଥାନା ଅଞ୍ଚଳରେ ହୋଇଥିବା ସିରିଜ ଚୋରି ମାମଲାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧୭ଟି ମୋବାଇଲ ଫୋନ୍‌, ୪୦ଟି ମୋବାଇଲର ସ୍ପେୟାର ପାର୍ଟସ, ନଗଦ ୨୯ ହଜାର ଟଙ୍କା, ୫୦୦ ଗ୍ରାମ ରୁପା ଓ ୨୦ ଗ୍ରାମ ସୁନା ଅଳଙ୍କାର ସହ ତାଲା ଭଙ୍ଗା ସାମଗ୍ରୀ ଜବତ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଛତିଶଗଡ଼ରେ ରହୁଥିବା ଲାଇକେରା ଥାନା ବାଗଡ଼ିହିର ଗଣେଶ ମୌର୍ଯ୍ୟ (୪୩), କୋରବାର ବିନୋଦ ଜଙ୍ଗଡ଼ା (୩୨) ଓ ପ୍ରବୀଣ ଯାଦବ (୩୬)।

Advertisment

publive-image

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପାହାଡ଼ି ମନ୍ଦିର ଅଞ୍ଚଳରେ ଗତ ୧୪ ତାରିଖ ରାତିରେ ଏକ ଲାପ୍‌ଟପ୍‌ ଓ ୨ଟି ମୋବାଇଲ ଫୋନ୍‌ ଚୋରି ଘଟଣାର ଅନୁସନ୍ଧାନ ଚାଲିଥିଲା। ଏହି ସମୟରେ ହାଫ ପ୍ୟାଣ୍ଟ ପିନ୍ଧା ଜଣେ ବ୍ୟକ୍ତି ଘରେ ପ୍ରବେଶ କରୁଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଥିଲା। ତଦନ୍ତ ସମୟରେ ଜଣାପଡିଥିଲା, ସନ୍ଧ୍ୟାରେ ଆସି ଅଭିଯୁକ୍ତ ଏକା ଝାରସୁଗୁଡ଼ାରେ ପହଞ୍ଚି ଚୋରି କରିବା ପରେ ଭୋରରୁ ପୁଣି କୋରଵା ଚାଲିଯାଏ। ପ୍ରାୟ ୨୦ଟି ଚୋରି ମାମଲାରେ ଏହି ଅଭିଯୁକ୍ତର ସମ୍ପୃକ୍ତି ଜଣାପଡିଛି। ଏହାବାଦ ଚୋରି ମୋବାଇଲ ଓ ଲାପ୍‌ଟପ୍କୁ‌ ସେ କୋରବାରେ ନେଇ ନିଜ ସିଣ୍ଡିକେଟର ଦୋକାନୀଙ୍କୁ ଦେଇଦିଏ ବୋଲି ସଦର ଏସଡ଼ିପିଓ ନିର୍ମଳ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।