ଲକ୍ଷ୍ମୀପୁର: କୋରାପୁଟ-ରାୟଗଡ଼ା ଟ୍ରେନ୍ ଲାଇନର ଦୋହରୀକରଣ କାର୍ଯ୍ୟ ଚାଲିଥିବା ବେଳେ ଅଘଟଣ ଘଟିଛି। ଟନେଲ୍ କାମ କରୁଥିବା ବେଳେ ମାଟି ଅତଡ଼ା ଖସି ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରବି ପ୍ରେପେକା ଓ ଜହରଦିନ୍।
ସୂଚନା ଅନୁସାରେ ସବୁଦିନ ପରି ଆଜି ମଧ୍ୟ କୋରାପୁଟ-ରାୟଗଡ଼ା ଟ୍ରେନ୍ ଲାଇନ୍ର ଦୋହରୀକରଣ ପାଇଁ କାମ ଚାଲିଥିଲା। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ୨ନମ୍ବର ଟନେଲ୍ରେ ଏହି କାମ ଚାଲିଥିଲା ମାଟି ଚାପି ହୋଇଯାଇଥିଲା। ଏହି ଅଘଟଣ ଯୋଗୁଁ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବୁର୍ଜା ଗାଁର ଶ୍ରମିକ ରବି ପ୍ରେପେକା ଓ ୱେଲଡର ଆସାମର ଜହରଦିନଙ୍କ ମାଟି ତଳେ ଚାପି ହୋଇଯାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଉଭୟ ମୃତକଙ୍କ ଶବ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି। ଟ୍ରେନ୍ ଲାଇନ୍ରେ କେତେ ଜଣ ଶ୍ରମିକ କାମ କରୁଥିଲେ ତାହା ଜଣାପଡ଼ି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/7bcef65e-c489-4b0a-a468-33ecf3882872.jpg)