ଚୋରା ବିଦେଶୀ ମଦ ଜବତ, ଦୁଇ ଗିରଫ

ସେମିଳିଗୁଡ଼ା/ସୁନାବେଡ଼ା: କୋରାପୁଟ ଜିଲ୍ଲା ସୁନାବେଡା ଥାନା ଅନ୍ତର୍ଗତ ଦାମନଯୋଡ଼ିର ଭେଜାପୁଟ ଠାରେ ଜଣେ ବ୍ୟକ୍ତିଙ୍କ ଘରୁ ଚୋରାରେ ବିକ୍ରି ହେଉଥିବା ବିଦେଶୀ ମଦ ଜବତ ହୋଇଛି। ପୁଲିସ ଆଜି ସକାଳେ ଚଢ଼ଉ କରି ୯୦ ଲିଟର ୮୭୫ ମିଲି ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ଧରଣୀଧର କୁଲଦୀପ ଓ ଅମିତ କୁଳଦୀପ। ଉଭୟେ ଦୀର୍ଘ ଦିନ ଧରି ଭେଜାପୁଟ ଅଞ୍ଚଳରେ ଚୋରା ମଦ ବିକ୍ରି କରୁଥିବା ଜଣାପଡିଛି। ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ବେଳେ ସୋମବାର ଦୁଇ ଅଭିଯୁକ୍ତଙ୍କୁ ସେମିଳିଗୁଡା କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଏସ ଆଇ ବାଳକୃଷ୍ଣ ରଥ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର