ଜୟପୁର: ଜୟପୁର ସଦରଥାନା ପୁଲିସ ଆଜି ବାଲିଆ ବ୍ରିଜ୍ ନିକଟରେ ଗୋଟିଏ ଅଟୋ ରିକ୍ସାରୁ ୭୦କିଲୋ ଗଂଜେଇ ଜବତ କରିବା ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡିଙ୍କୁ ବିଶ୍ବସ୍ତସୂତ୍ରରୁ ସୂଚନା ମିଳିବା ପରେ ବାଲିଆ ବ୍ରିଜ୍ ନିକଟରେ ଗାଡି ଗୁଡ଼ିକର ଯାଂଚ ଆରମ୍ଭ କରିଥିଲେ। ସନ୍ଦେହାସ୍ପଦ ଭାବେ ଆସୁଥିବା ଆଟୋ ନଂ ଓଡି-୧୦-୦୭୪୪କୁ ପୁଲିସ ଅଟକାଇ ଯାଂଚ କରିଥିଲେ।
ଯାତ୍ରୀବାହି ଅଟୋରେ ଯାତ୍ରୀଙ୍କ ସୁଟକେଶ, ବ୍ୟାଗ ଆଦି ମିଳିଥିଲା। ଏସବୁକୁ ଯାଂଚ କରିବାରେ ଏଥିରେ ଗଂଜେଇ ଥିବା ଦେଖିବାକୁ ମିଳିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଏହାର ଓଜନ କରିବାରେ ୭୦କିଲୋ ଥିବା ଜଣା ପଡ଼ିଥିଲା। ଅଟୋରେ ଥିବା ବାର୍ଲାହାଣ୍ଡି ଗାଁର ନରସିଂହ ହରିଜନ, ଓ ଗୌଡ଼ଗୁଡାର ପରମେଶ୍ବର ହରିଜନ ଏହି ଜବତ ଗଂଜେଇକୁ ଚାଳାଣ କରୁଥିବା ପୁଲିସ ତଦନ୍ତ ବେଳେ ଜାଣି ପାରିଥିଲା ବୋଲି କହିଛନ୍ତି ଜୟପୁର ଏସଡିପିଓ ଅରୁପ ଅଭିଶେଖ ବେହେରା। ଆଟୋ ଓ ଗଂଜେଇ ଜବତ କରାଯିବା ସହ ଉଭୟଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରାଯାଇଛି ବୋଲି କହିଛନ୍ତି ସଦରଥାନା ଆଇଆଇସି ଶ୍ରୀ ତାଣ୍ଡି।