ଡ୍ରଙ୍କ ଆଣ୍ଡ ଡ୍ରାଇଭ ଅଭିଯାନ: ଗାଡ଼ି ଯାଞ୍ଚ ବେଳେ ୨ ଗିରଫ

ଭୁବନେଶ୍ବର: ରାଜଧାନୀରେ ମଦୁଆଙ୍କୁ ଧରପଗଡ଼ । ଡ୍ରଙ୍କ ଆଣ୍ଡ ଡ୍ରାଇଭ ଅଭିଯାନ ଜାରି ରଖିଛି ପୁଲିସ୍ । ମଞ୍ଚେସ୍ଵର ଥାନା ଓ ଭୁବନେଶ୍ବର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୨  ପକ୍ଷରୁ ମିଳିତ ଭାବେ ହାଇଟେକ ଛକରେ ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭରଙ୍କୁ ଧରାଯିବା ସହ ଗିରଫ ମଧ କରାଯାଉଛି । ଏପର୍ଯ୍ୟନ୍ତ ମଦ ପିଇ ଗାଡି ଚଲାଉଥିବା ଅଭିଯୋଗରେ ୨ ଜଣ ଡ୍ରାଇଭରକୁ ଗିରଫ କରାଯାଇଛି । ଏହାସହ ଲାଇସେନ୍ସ ଚେକିଙ୍ଗ, ଗାଡ଼ିର ଲାଇଟ୍ ସବୁ ଚେକିଙ୍ଗ ଆଦି କରାଯାଇଛି । ଏହା ନିୟମିତ ଭାବେ ଏହା ଜାରି ରହୁଛି ବୋଲି କହିଛନ୍ତି ଆରଟିଓ-୨ର  ଅଧିକାରୀ ବିରଞ୍ଚି ନାରାୟଣ ଅଧିକାରୀ।

ସମ୍ବନ୍ଧିତ ଖବର